ବଦଳି ପରେ ଅସନ୍ତୋଷ ବ୍ୟକ୍ତ କଲେ ଜନତା — କେନ୍ଦ୍ରାପଡ଼ା ବିଡିଓଙ୍କ ପ୍ରକୋଷ୍ଠକୁ ଅଣ୍ଡାମାଡ଼

କେନ୍ଦ୍ରାପଡ଼ା, ୨୯/୧୦/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ବ୍ଲକ ବିଡିଓ ବନ୍ଦନା ଖଟୁଆଙ୍କ ବଦଳି ପରେ ଜନତା ଉତ୍ୟକ୍ତ ହୋଇ ସେମାନଙ୍କ ଆକ୍ରୋଷ ବ୍ୟକ୍ତ କରିଛନ୍ତି । ଫଳ ସ୍ୱରୂପ ବିଡିଓଙ୍କ କାର୍ଯ୍ୟାଳୟକୁ ଘନ ଘନ ଅଣ୍ଡାମାଡ ହୋଇଛି । ଏହା ଦ୍ୱାରା ଦୀର୍ଘଦିନର ଅସୋନ୍ତଷର ବହ୍ନି ଜଳିଛି । କେନ୍ଦ୍ରାପଡା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନାମରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଅର୍ଥ ତୋଷରପାତ କରାଯାଇଥିବା ଅଭିଯୋଗ ହୋଇଛି । ସରକାରୀ ନୀତି ନିୟମକୁ ସଂପୂର୍ଣ୍ଣ ଉଲ୍ଲଂଘନ କରାଯାଇ ବେଆଇନ ଭାବରେ ବିଲ କରାଯାଇ କୋଟି କୋଟି ଟଙ୍କାର ସରକାରୀ ଅର୍ଥକୁ ଚଳୁ କରି ଦିଆଯାଇଛି । ଏସମ୍ପର୍କରେ ଉପରିସ୍ତ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ଲୋକମାନେ ସେମାନଙ୍କର ବହୁ ଦିନର ଅସନ୍ତୋଷକୁ ବ୍ୟକ୍ତ କରି ଏଭଳି କରିଥିବା ଆଲୋଚନା ହେଉଛି । ସେମାନେ ବିଡିଓଙ୍କ ଉପରେ ଅଣ୍ଡାମାଡ କରିବାକୁ ଯାଇଥିଲେ । ହେଲେ ସେ ନ ଆସିବାରୁ ବାଧ୍ୟ ହୋଇ ତାଙ୍କ କାର୍ଯ୍ୟାଳୟ ଉପରକୁ ଅଣ୍ଡାମାଡ କରିଥିଲେ । ସେ ଅଣ୍ଡାମାଡ଼ର ଯୋଗ୍ୟ । କାରଣ କେନ୍ଦ୍ରାପଡ଼ା ବ୍ଲକରେ ଯେତିକି ସମୟ ରହିଲେ ସେହି ଅବଧି ମଧ୍ୟରେ କୋଟି କୋଟି ଟଙ୍କା ଜନତାଙ୍କ ଟିକସ ଅର୍ଥ ଲୁଟିନେଲେ । ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ପାଇଁ ମଧ୍ୟ ଅଭିଯୋଗ ଭିଜିଲାନ୍ସ ନିର୍ଦେଶକଙ୍କ ନିକଟକୁ ପଠାଯାଇଛି । ରାଜ୍ୟ ସରକାର ମଧ୍ୟ ତାଙ୍କ କାରନାମା ବିଷୟରେ ଜାଣିଲେ । ତେଣୁ ତାଙ୍କୁ କୌଣସି ପଦବୀରେ ଅବସ୍ଥାପିତ କଲେ ନାହିଁ । ଏହି ଅଣ୍ଡାମାଡକୁ ନେଇ ବ୍ଲକ କାର୍ଯ୍ୟାଳୟରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାଇ ବିଡିଓଙ୍କୁ ବିରୋଧ କରୁଥିବା କେତେକ ପଂଚାୟତର ଜନପ୍ରତିନିଧି ଓ କର୍ମୀମାନେ ଏହି ଅଣ୍ଡା ମାଡ କରିଛନ୍ତି । ସେମାନେ ପ୍ରଥମେ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ବିଡିଓଙ୍କୁ ସେଠାରେ ପାଇ ନଥିଲେ । ଏହାପରେ ସେମାନେ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ଅଣ୍ଡାମାଡ କରିବାକୁ ଛକି ବସିିଥିଲେ । ହେଲେ ବିଡିଓ ନଆସି ବାରୁ ସେମାନେ ପୁନର୍ବାର ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓଙ୍କ ପ୍ରକୋଷ୍ଠକୁ ଲକ୍ଷ୍ୟ କରି ଅଣ୍ଡାମାଡ଼ କରିଥିଲେ । ଏ ନେଇ ବିଡିଓ କେନ୍ଦ୍ରାପଡ଼ା ଥାନାରେ ଏତଲା ଦେଇଛନ୍ତି । ଏତଲା ପାଇବାପରେ ଟାଉନ୍ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ବ୍ଲକ କାର୍ଯ୍ୟାଳୟରେ ପହଂଚିି ତଦନ୍ତ କରିଥିଲେ । ପ୍ରକୋଷ୍ଠ ଦୁଆରମୁହଁରେ ଅଣ୍ଡା ପଡିଥିବା ଦେଖିଥିଲେ । ସୂଚନା ଥାଉକି ନିକଟରେ କେନ୍ଦ୍ରାପଡ଼ା ବ୍ଲକ ବିଡିଓଙ୍କ ବଦଳି ନିର୍ଦ୍ଧେଶନାମା ପ୍ରକାଶ ପାଇଛି । କିଛିଦିନ ହେବ କେତେକ ପଂଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ନେଇ ଜନ ପ୍ରତିନିଧିମାନେ ବିଡିଓଙ୍କୁ ବିରୋଧ କରୁଥିଲେ । ଏପରିକି କେତେକ ଜନପ୍ରତିନିଧିଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏପରିକି ଜଣେ ପୂର୍ବତନ ବିଧାୟକ ମଧ୍ୟ ତାଙ୍କ ବିରୁଦ୍ଧରେ କହିଛନ୍ତି ଯେ ସେ ବିଧାୟକ ଥିବା ବେଳେ ଦୁହୁରିଆରୁ ଗରାପୁର କୋଠି ଛକ ପର୍ଯ୍ୟନ୍ତ ଯେଉଁ ଷ୍ଟି୍ରଟ ଲାଇଟ୍ ଲାଗିଥିଲା ତାହାର ୱାର୍କ ଅର୍ଡର ଜଣଙ୍କ ନାମରେ ଥିବା ବେଳେ ବିଡିଓ ଅନ୍ୟ ଜଣଙ୍କ ନାମରେ ବିଲ କରିଦେଇଛନ୍ତି । ସେହିପରି ବ୍ଲକ କାର୍ଯ୍ୟାଳୟରେ ଲାଗିଥିବା ସୋଲାର ପ୍ୟାନେଲ ସଂସ୍ଥାର ଦେୟ ବିଡିଓ ପ୍ରଦାନ କରୁନାହାଁନ୍ତି । ଏହିପରି ସେ ବହୁ ଅନିୟମିତତା କରିଛନ୍ତି ବୋଲି ପୂର୍ବତନ ବିଧାୟକ ଜଣକ କହିଛନ୍ତି । ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ବିଭାଗରେ ଅଭିଯୋଗ ହୋଇଥିଲା । ଏ ସଂକ୍ରାନ୍ତରେ ବିଡିଓ ଶ୍ରୀମତୀ ଖଟୁଆଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା ।

Leave a Reply

Your email address will not be published. Required fields are marked *