ଭୁବନେଶ୍ୱର,୧୩/୧୧/୨୦୨୫ (ଓଡ଼ିଶା ସମାଚାର)- ଇଭେଂଟ ମ୍ୟାନେଜ୍ମେଂଟ ସଂସ୍ଥା ‘ମାସ୍ ଇଭେଂଟ’ ତରଫରୁ ‘ଓମେନ୍ ଏକ୍ସିଲେନ୍ସି ଆୱାର୍ଡ’ ପ୍ରଦାନ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଓମେନ୍ ଏକ୍ସିଲେନ୍ସି ଆୱାର୍ଡ’ ପ୍ରଦାନ କରାଯାଇଥିଲା । ମୀର ଅହମ୍ମଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବିଶିଷ୍ଟ ରାଜନେତା ଓ ପାଇକଆଖଡ଼ା ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ବିଶିଷ୍ଟ ଅଭିନେତା ଜୀବନ ପଣ୍ଡା, ଲେଖିକା ଓ ଅଙ୍କୁର ଫାଉଣ୍ଡେସନର ଅଧ୍ୟକ୍ଷା ଚିନ୍ମୟୀ ପଣ୍ଡା, ସମାଜସେବୀ ସଙ୍ଗୀତା ଦାସ ଓ ନୀଳିମା ଦାସ ପ୍ରମୁଖ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଅଭିନେତ୍ରୀ ଦେବଯାନୀ ଡେଘୁରିଆ, ଉଦ୍ୟୋଗୀ ମାନସୀ ଜେନା, ସମାଜସେବୀ ସସ୍ମିତା ନାୟକ, ମୋଟିଭେସନାଲ୍ ସ୍ପିକର ଡ. ଜ୍ୟୋତ୍ସ୍ନାରାଣୀ ନାୟକ, ସାମ୍ବାଦିକା ବନ୍ଦନା ସେଠୀ, ଅଭିନେତ୍ରୀ ସୋଫିଆ ଆଲମ୍, ଫେସନ୍ ଡିଜାଇନର ରୋମୀ ଦାସ, ତକସିଲା ସ୍କୁଲ୍ ର ପ୍ରତିଷ୍ଠାତା ସିକ୍ତା ଦାସ, ମାନବାଧିକାର କର୍ମୀ ମନୀଷା ଦାସ ପଟ୍ଟନାୟକ, ଅଭିନେତ୍ରୀ ସୁରଭୀ ପ୍ରିୟଦର୍ଶିନୀ, ମୁଦ୍ରାୟଣ ଫାଉଣ୍ଡେସନର ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ସମାଜସେବୀ ଲକ୍ଷ୍ମୀପ୍ରିୟା ପ୍ରଧାନ, ୱାନ୍ ଷ୍ଟେପ୍ ପ୍ରି-ସ୍କୁଲ୍ ର ଅଧ୍ୟକ୍ଷା ସୁଶ୍ରୀସ୍ଥିତ ଜେନା, ଆର୍କିଟେକ୍ ଶ୍ରୁତିସୋମେନ, ସମାଜସେବୀ ପଦ୍ମିନୀ ପରିଡ଼ା, ପିଙ୍କି ମହାପାତ୍ର ଓ ମଡେଲ୍ ଜୟଶ୍ରୀ ମିଶ୍ରଙ୍କୁ ‘‘ଓମେନ୍ ଏକ୍ସିଲେନ୍ସି ଆୱାର୍ଡ’ରେ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମାନସ ରଂଜନ ସାହୁ, ଜୋସସ୍ମିତା, ଲକ୍ଷ୍ମୀପ୍ରିୟା, ମନୋଜ, ସରୋଜ, କ୍ଷୀରୋଦ, ମନସ୍ତୁପ୍ତି, ପ୍ରଜ୍ଞା, ଶ୍ରାବଣୀ, ପ୍ରିୟଙ୍କା, ପିଆଲୀ, ତାପସ ଦେ, ଜଗନ୍ନାଥ, ସୂର୍ଯ୍ୟ, ଦେବାଶିଷ, ଲକ୍ଷ୍ମୀଧର, ଦିବ୍ୟଜିତ୍, ପୂର୍ଣ୍ଣିମା ପ୍ରମୁଖ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।
