ଅବସର ପ୍ରାପ୍ତ ଅଧ୍ୟାପକ ଡଃ ନିମାଇଁ ଚରଣ ପ୍ରଧାନ ଙ୍କ ବିୟୋଗରେ ଶୋକସଭା

ଭୁବନ ୨୬/୧୦/୨୦୨୪ (ଓଡ଼ିଶା ସମାଚାର)-ଅବସର ପ୍ରାପ୍ତ ଅଧ୍ୟାପକ ସ୍ବର୍ଗତ ଡଃ ନିମାଇଁ ଚରଣ ପ୍ରଧାନ ଙ୍କ ବିୟୋଗରେ ଭୁବନ  “ଆଗେଇବା ” କାର୍ଯ୍ୟାଳୟ ରେ  ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଭୁବନ ପ୍ରତିନିଧି ଦେବାନନ୍ଦ ସାହୁ ,ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ, ଜୟଗୁରୁ ପାତ୍ର,ମଳୟ ତ୍ରିପାଠୀ,ମନୋଜ ସାହୁ, ଶ୍ୱେତକେତୁ ମିଶ୍ର,ସୁଶାନ୍ତ ପୃଷ୍ଟି,ସଞ୍ଜୀବ ପୃଷ୍ଟି, ଅନାମ ସାହୁ,ରାକେଶ କୁମାର ପୃଷ୍ଟି,ଅନ୍ତର୍ଯ୍ୟାମୀ ସାହୁ, ଟିଟୁ ଦାସ,ପଣ୍ଡିତ ମାତୃ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ସାହୁ କହିଥିଲେ ଯେ ମୋର ଅତ୍ୟନ୍ତ ଘନିଷ୍ଟ ସହପାଠୀ,ସ୍ବର୍ଗତ ନିମାଇଁ ବାବୁ “ଆଗେଇବା ” ପରିବାରର ଜଣେ ସଦସ୍ୟ ଓ ମାର୍ଗଦର୍ଶକ ଥିଲେ । ” ଆମ ପତିଭା ଆମ ପରିଚୟ ” ଅନୁଷ୍ଠାନ ର ଆଜୀବନ ସାଧାରଣ ସମ୍ପାଦକ ସହ ” ଆଗେଇବା” ପ୍ରକାଶନର  ମୁଖ୍ୟ ଥିଲେ । ସ୍ବର୍ଗତ ନିମାଇଁ ବାବୁ ଜଣେ ସୁଲେଖକ,ସୁବକ୍ତା,ଶିକ୍ଷାବିତ୍, ଛାତ୍ର ବତ୍ସଳ,ଦୃଢ଼ ସଂଗଠକ,ସ୍ପଷ୍ଟବାଦୀ,ଦୟାଳୁ ଓ ପରୋପକାରୀ ବ୍ୟକ୍ତି ଥିଲେ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *