ମହେଶ ସାହୁ ଙ୍କ ଜଣ ଶୁଣାଣି କାର୍ଯ୍ୟାଳୟ ଉଦଘାଟିତ

ଭୁବନ ୨୬/୧୦/୨୦୨୪ (ଓଡ଼ିଶା ସମାଚାର)-ଭୁବନ ଏନ ଏ ସି ଅନ୍ତର୍ଗତ ୨ ନମ୍ବର ୱାର୍ଡ ନୂଆ ଭୁବନ ସ୍ଥିତ ଡାକଘର ନିକଟରେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଙ୍କ ଜନ ଶୁଣାଣି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ପୂର୍ବତନ ସାଂସଦ ଶ୍ରୀଯୁକ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ,ଲୋକଙ୍କ ସେବା କରିବା ଓ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ କ୍ଷମତାରେ ରହିବା ,ନରହିବା କିଛି ଯାଏ ଆସେ ନାହିଁ । ମୋର ନେତା ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ହେଉଛି ଲୋକଙ୍କ ହୃଦୟରେ ରହିବା । ସେଥିପାଇଁ ପୂର୍ବରୁ ଯେଉଁଭଳି ଜନ ଶୁଣାଣି କାର୍ଯ୍ୟକ୍ରମ ହେଉଥିଲା ଏବେ ସେମିତି ଚାଲିବ । ମାସକୁ ଥରେ ଭୁବନ ରେ ଜନ ଶୁଣାଣି କାର୍ଯ୍ୟକ୍ରମ ହେବ ବୋଲି କହିଥିଲେ । ଏହି ଉଦଘାଟନୀ ଉତ୍ସବରେ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଙ୍କ ସମେତ ପୂର୍ବତନ ସାଂସଦ ଙ୍କ ବହୁ ସମର୍ଥକ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *