ବିଜେପି ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ବି ଡି ଓ ଙ୍କୁ ଦାବି ପତ୍ରଦେଲେ ଜିଲ୍ଲା କାର୍ୟ୍ୟକର୍ତ୍ତା

ନିଶ୍ଚିନ୍ତକୋଇଲି,୧୩/୧୨/୨୦୨୩(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ଗ୍ରାମ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନ ହିତକର ଯୋଜନା ବିଷୟରେ ପ୍ରଚାର କରିବା ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକ ପକ୍ଷରୁ ଏହି ରଥ ପରିକ୍ରମା ପାଇଁ ନିଷ୍ପତି ନିଆଯାଇଥିଲା । ଲକ୍ଷ୍ୟ ଥିଲା ପ୍ରତ୍ୟେକ ପଂଚାୟତରେ ବ୍ଲକ ପ୍ରଶାସନ କିଭଳି ସୁଚାରୁରୂପେ ଏହି ରଥ ବୁଲିବ ଓ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବ ସେଥିପ୍ରତି ଦୃଷ୍ଟି ଦେବ । ଏହାର ଦାୟିତ୍ୱ ନେଇଥିଲେ ବ୍ଲକ ପ୍ରଶାସନ । ତେବେ ଜାଣିଶୁଣି ଅତି ଚତୁରତାର ସହିତ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ ବାହାନାରେ ବିଜେଡି ସରକାରଙ୍କ ପ୍ରଚାର ପାଇଁ ଚଞ୍ଚକତା କରିବା ଘଟଣା ପଦରେ ପଡିବାରୁ,ଏବେ ହରଡ଼ ଘଣାରେ ବ୍ଲକ ପ୍ରଶାସନ ।
ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବାପାଇଁ, ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ପ୍ରସ୍ତୁତ ଗୀତକୁ ବ୍ୟବହାର କରାଯିବାରୁ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏହି ଗୀତକୁ ବ୍ୟବହାର କରି ବିଜେଡିର ପ୍ରଚାର ପ୍ରସାର କରୁଥିବା ବ୍ଲକ ପ୍ରଶାସନ ବିରୁଦ୍ଧରେ ଅଭିଯୋଗ ଆଣିଛି ବିଜେପି । ଏନେଇ ଏସ ସି ମୋର୍ଚ୍ଚା ସଭାପତି ପ୍ରଦୀପ ବେହେରା ଙ୍କ ନେତୃତ୍ୱ ରେ ଜିଲା ବିଜେପି ପକ୍ଷରୁ ଏହାର ତଦନ୍ତ ଦାବି କରି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବାକୁ ନିଶ୍ଚିନ୍ତକୋଇଲି ବିଡ଼ିଓଙ୍କୁ ଏକ ଦାବିପତ୍ର ବି ଡି ଓ ଙ୍କ ଅନୁପସ୍ଥିତି ରେ ଏବିଡିଓ ଙ୍କୁ ଦିଆଯାଇଛି। ଦାବିପତ୍ର ପ୍ରଦାନ ବେଳେ କାର୍ୟ୍ୟକର୍ତା ଅକ୍ଷୟ ମହାନ୍ତି, ଯୁବମୋର୍ଚା ସଂଯୋଜକ କିରଣ କୁମାର ସାହୁ, ଅନନ୍ତ ମଲ୍ଲିକ, ସମୀର ବେଉରା, ବିଚିତ୍ରାନନ୍ଦ ଦାସ, ବାବୁଲି ବେହେରା, ସଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଯଦି ବିଡ଼ିଓ କାର୍ୟ୍ୟାନୁଷ୍ଠାନ ନନେବେ ତେବେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଅଭିଯୋଗ ପାଇବା ପରେ ତଦନ୍ତ ହେବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *