ସି.ପି.ଆଇ.(ଏମ୍)ର ୧୦୫ତମ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର ୧୭/୧୦/୨୦୨୪ (ଓଡ଼ିଶା ସମାଚାର)-ଆଜି ଭାରତର କମୁ୍ୟନିଷ୍ଟ ପାର୍ଟି ଗଠନର ୧୦୫ତମ ପ୍ରତିଷ୍ଠା ଦିବସ ସି.ପି.ଆଇ.(ଏମ୍) ତରଫରୁ ପାଳନ ହୋଇଯାଇଛି ।
ଏହି ଉପଲକ୍ଷେ ଆଜିସକାଳେ ପାର୍ଟିର ରାଜ୍ୟ ସଂପାଦକ ଶ୍ରୀ ଅଳିକିଶୋର ପଟ୍ଟନାୟକ ପାର୍ଟି ପତାକାଉତୋଳନ କରିଥିଲେ । ଏହାପରେ ରାଜ୍ୟ ଦପ୍ତରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱକରି ଶ୍ରୀ ଅଳିକିଶୋର ପଟ୍ଟନାୟକ କହିଲେ ଯେ ୧୯୧୭ ମସିହାରେ ଇଂରେଜ ଶାସନର ପତନ ଘଟାଇ କମୁ୍ୟନିଷ୍ଟ ପାର୍ଟି କ୍ଷମତାକୁ ଆସିଥିଲା । ତା’ପରେ ସେମାନେ ଏକ ଶୋଷଣମୁକ୍ତ ସମାଜ ଗଠନ ପାଇଁ ସମାଜବାଦୀ ଶାସନ ବ୍ୟବସ୍ଥା ପ୍ରଚଳନ କଲେ । ତା’ର ପ୍ରଭାବ ସାରା ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ଉପରେ ବିଶେଷକରି ଉପନିବେଶ ଦେଶ ଗୁଡିକ ଉପରେ ପଡିଲା । ତାହା ଫଳରେ ଦେଶ ଓ ବିଦେଶରେ ଥିବା ଭାରତୀୟମାନଙ୍କ ମନରେ ବ୍ରିଟିଶ୍ ଶାସନ ରୁ ଭାରତକୁ ମୁକ୍ତ କରିବା ପାଇଁ ସୋଭିଏତ୍ ୟୁନିଅନ୍ ଯାଇ ସଂଗଠନ ଗଠନ କରିବା, ସାଂଗଠନିକ ନୀତି ନିର୍ଦ୍ଧାରଣ କରିବା ପାଇଁ ଚିନ୍ତା ଉଦ୍ରେକ ହେଲା । ତଦନୁଯାୟୀ ସେହି ସାଥୀମାନେ ସୋଭିଏତ୍ ୟୁନିଅନ୍ ର ତାସ୍କେଂଟ ସହରରେ ୧୯୨୦ମସିହା ଅକ୍ଟୋବର ୧୭ ତାରିଖରେ ଭାରତର କମୁ୍ୟନିଷ୍ଟ ପାର୍ଟି ଗଠନ କଲେ । ମହମ୍ମଦ ସଫିକ୍ଏହାର ପ୍ରଥମ ସଂପାଦକ ହେଲେ । କମୁ୍ୟନିଷ୍ଟ ପାର୍ଟି ଗଠନ ପରେ ଦେଶ କେମିତି ବ୍ରିଟିଶ୍ କବଳରୁ ମୁକ୍ତହେବ ତାହା ସେମାନଙ୍କ ଧ୍ୟେୟ ହେଲା । ସେମାନେ ହିଁ ପ୍ରଥମେ ପୂର୍ଣ୍ଣ ସ୍ୱରାଜ୍ୟର ଦାବି ଉଠାଇଥିଲେ । ବ୍ରିଟିଶ୍ ମାନେ କମୁ୍ୟନିଷ୍ଟ ପାର୍ଟିକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରିଦେବା ପାଇଁ ନାନାଦି ଷଡଯନ୍ତ୍ର ମାମଲା ଦାଏର୍ କରିଥିଲେ । କିନ୍ତୁ କମୁ୍ୟନିଷ୍ଟମାନେ ଜନଗଣଙ୍କସହ ସଂପର୍କ ରକ୍ଷାକରି ସମସ୍ତ ଆକ୍ରମଣକୁ ପ୍ରତିହତ କଲେ ଓ ସ୍ୱାଧୀନତା ପାଇଁ ସଂଗ୍ରାମରେ ପ୍ରଥମ ଧାଡିରେ ରହିଲେ । ସ୍ୱାଧୀନତା ପରେ ମଧ୍ୟ ଶାସକ ଦଳ ତରଫରୁ କମୁ୍ୟନିଷ୍ଟ ମାନଙ୍କ ଉପରେ ଆକ୍ରମଣ ବାରମ୍ବାର ହୋଇ ଚାଲିଛି । ଆଜିର ବି.ଜେ.ପି./ଆର୍.ଏସ୍.ଏସ୍.ସରକାର କମୁ୍ୟନିଷ୍ଟ ମାନଙ୍କୁ ସବୁଠାରୁ ବଡଶତ୍ରୁବୋଲି ବିଚାର କରୁଛି ।
ମାର୍କ୍ସବାଦ – ଲେନିନ୍ ବାଦ ନୀତିକୁ ଆଧାରକରି ଓ ଜନଗଣଙ୍କସହ ନିବିଡ ସଂପର୍କ ରକ୍ଷାକରି କମୁ୍ୟନିଷ୍ଟମାନେ ଏହାର ମୁକାବିଲା କରୁଛନ୍ତି । ବର୍ତମାନ ପରିସ୍ଥିତିରେ ସାଂପ୍ରଦାୟିକ ଆର୍.ଏସ୍.ଏସ୍./ବି.ଜେ.ପି. ପକ୍ଷରୁ ଆମ ଦେଶର ସମ୍ବିଧାନ, ଗଣତନ୍ତ୍ର, ସଂଘୀୟ ବ୍ୟବସ୍ଥା, ସାମାଜିକ ନ୍ୟାୟ ଓ ଅର୍ଥନୈତିକ ସାର୍ବଭୌମତ୍ୱ ପ୍ରତିବିପଦ ସୃଷ୍ଟି ହୋଇଛି । ଧର୍ମ ଓ ଜାତି ନାଁରେ ବିଭିନ୍ନ ବର୍ଗ ଜନଗଚ୍ଚ ମଧ୍ୟରେ ସାଂପ୍ରଦାୟିକ ବିଦ୍ୱେଷ ଓ ଦଙ୍ଗା ସୃଷ୍ଟି କରୁଛି । ସ୍ୱେରତନ୍ତ୍ରୀ ଶାସନ ବିଜେପି ପକ୍ଷରୁ ଚାଲିଛି । ଏହା ବିରୁଦ୍ଧରେ ସମସ୍ତ ବାମପନ୍ଥୀ ଓ ଧର୍ମନିରପେକ୍ଷ ଦଳ ଓ ଶକ୍ତିମାନଙ୍କୁ ଏକଜୁଟ୍ କରି ସଂଗ୍ରାମକୁ ଆଗେଇନେବା ଆମର ପ୍ରଧାନ କର୍ତବ୍ୟବୋଲି ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ।
ଏହ ସଭାରେ ରାଜ୍ୟ ସଂପାଦକ ସଭ୍ୟସାଥୀ ସନ୍ତୋଷ ଦାସ୍ ଉଦ୍ବୋଧନ ଦେଇ ପାର୍ଟିକୁ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ମଣ୍ଡଳୀ ସଭ୍ୟସାଥୀ ଦୁଷ୍ମନ୍ତ କୁମାର ଦାସ, ସୁରେଶଚନ୍ଦ୍ର ପାଣିଗ୍ରାହୀ, ଶିଶିର ହୁଇ, ଜମେଶ୍ୱର ସାମନ୍ତରାୟ, ପୁଷ୍ପା ଦାଶ, ବଦ୍ରି ନାରାୟଣ ଦାଶ, ରାଜ୍ୟ କମିଟି ସଭ୍ୟା ତାପସୀ ପ୍ରହରାଜ ଓ ପ୍ରଦୀପ୍ତ ନାୟକ, ପ୍ରମୋଦିନୀ ସାହୁ, ଅଭିରାମ ବେହେରା, ଜତିନ୍ ମହାନ୍ତି, ଚାମ୍ବୁରୁ ସୋରେନ୍, ରମେଶ ଜେନା ଓ ରାମଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *