୪ଟି ପୌରାଞ୍ଚଳ ଉପ-ନିର୍ବାଚନର ଫଳା ଫଳ ବିଜେଡି ସପକ୍ଷରେ ଯାଇଛି

ଭୁବନେଶ୍ୱର,୩୦/୧୧/୨୦୨୩ (ଓଡ଼ିଶା ସମାଚାର)- ୪ଟି ପୌରାଞ୍ଚଳ ଉପ-ନିର୍ବାଚନର ଫଳା ଫଳ ବିଜେଡି ସପକ୍ଷରେ ଯାଇଛି । ସବୁଠି ବିଜେଡିର ବିପୁଳ ବିଜୟ ହୋଇଛି । ଜଗତସିଂହପୁର ପୌର ପରିଷଦ ୬ନମ୍ବର ଓ୍ୱାର୍ଡରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ରୋଜାଲିନ ଦାଶ ବିଜୟୀ ଘୋଷିତ ହୋଇଛନ୍ତି ।ବିଜେଡି ପ୍ରାର୍ଥୀଙ୍କୁ ୪୦୭ ଖଣ୍ଡ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀଙ୍କୁ ୪୦୬ ଖଣ୍ଡ ଭୋଟ ମିଥିବାବେଳେ ବିଜେପିକୁ ୨୧ ଖଣ୍ଡ ଭୋଟ୍ ମିଳିଛି । ଚିକିଟି ଏନଏସି ଓ୍ୱାର୍ଡ ଉପନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ୍ କରିଛି । ୩ନମ୍ବର ଓ୍ୱାର୍ଡରେ ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି । ମୋଟ୍ ୫୦୧ ଭୋଟ୍ ମଧ୍ୟରୁ ହରପ୍ରସାଦଙ୍କୁ ୪୮୪ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୧୫ଖଣ୍ଡ ଭୋଟ୍ ମିଳିଛି । ସେହିପରି ଯୋଡ଼ା ପୌରପରିଷଦ ୮ ନମ୍ବର ୱାର୍ଡ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଶୁଭମ୍ ନାଏକ ୮୦୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ୨୨୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ଜି ଉଦୟଗିରି NAC ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ୩୧୧୧ ଖଣ୍ଡ ଭୋଟ ମିଳିଛି । ବିଜେଡି ପ୍ରାର୍ଥୀନୀ ଦେବାଶ୍ମିତା ଶତପଥୀଙ୍କ ବିଜୟ ଲାଭ କରିଛନ୍ତି । ବିଜେପି ପ୍ରାର୍ଥୀ ରଞ୍ଜିତା ନାୟକ ମାତ୍ର ୭୩୭ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସର ମଧୁଲିନା ଦିଗଲଙ୍କୁ ୬୧୪ଭୋଟ୍ ମିଳିଛି ।

Leave a Reply

Your email address will not be published. Required fields are marked *