ଯାଜପୁର, ୨୪/୧୦/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) – ବାତ୍ୟା ଦାନା ନେଇ ବିଭିନ ଅଂଚଳ ପରିଦର୍ଶନ କଲେ ବରୀ ବିଧାୟକ ବୁଶ୍ୱରଞ୍ଜନ ମଲ୍ଲିକ । ବାତ୍ୟାକୁ ନଜର ରଖି ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଗୁରୁବାର ବ୍ଲକ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟମାନଙ୍କ ସହିତ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ କରିଥିଲେ। ପରେ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ବରୀର ବିଭିନ ବାତ୍ୟା ଆଶ୍ରୟସ୍ଥଳୀ,ସେଲଟର ସେଣ୍ଟର ଓ ଗାଁ ମାନଙ୍କୁ ଯାଇ ଲୋକ ମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ। ଆସୁଥିବା ବାତ୍ୟାକୁ ଭୟ ନକରିବାକୁ ସେ କହିଛନ୍ତି । ସେହିପରି ଯେଉଁ ଲୋକ ମାନଙ୍କର ମାଟି ଘର ଅଛି ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରିବା ସହିତ ରହିବାର ବ୍ୟବସ୍ଥା, ଖାଦ୍ୟ, ପାଣି, ଆଲୋକ ର ବ୍ୟବସ୍ଥା ,ଗାଈ ଗୋରୁ ମାନଙ୍କ ଥଇଥାନ ,ଖାଦ୍ୟ ବ୍ୟବସ୍ଥା କିପରି ରହିଛି ଦେଖିବା ସହିତ ଅଧିକାରୀ ମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । କିଛି ସ୍ଥାନରେ ବିଧାୟକ ପହଞ୍ଚି ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରିଛନ୍ତି। ସେ ସବୁ ସମୟରେ ବରୀ ର ପ୍ରତ୍ୟକ ଜନସାଧାରଣ ଙ୍କ ସାଙ୍ଗରେ ଅଛନ୍ତି, ବାତ୍ୟା ହେଉ କିମ୍ବା ବନ୍ୟା – ମିଳିତ ଭାବରେ ଆମେ ଏହାର ସାମ୍ନା କରିବା ପାଇଁ ଶ୍ରୀ ମଲ୍ଲିକ ନିବେଦନ ମଧ୍ୟ କରିଛନ୍ତି ।