ଜୁନାଗଡ଼,୨୪/୧୦/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିୟନ ଠାରେ ଆଜି କଳାହାଣ୍ଡି ଜିଲ୍ଲା ରେଳଯାତ୍ରୀ ସଂଘ ସଭାପତି ଭବାନୀ ଶଙ୍କର ନିଆଲ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ଜୁନାଗଡ଼ ଠାରେ ରେଲୱେ ସମ୍ବଧୀୟ ବିଭିନ୍ନ ସମସ୍ୟା ଓ ଦାବି ଉପରେ ଆଲୋଚନା ହୋଇଥିଲା ଏବଂ ଏହି ସମସ୍ୟା ଗୁଡିକ ର ସମାଧାନ କିଭଳି ଭାବେ ହୋଇପାରିବ ତା ଉପରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଓ ଜିଲ୍ଲା ଉପ ସଭାପତି ଇଙ୍ଗିତ ପଣ୍ଡା, ସାମ୍ବାଦିକ ଅଂଶୁମାନ ପାତ୍ର ବିଷଦ ଭାବରେ ଆଲୋଚନା କରିଥିଲେ । ଏହି ସବୁ ରେଲୱେ ସମସ୍ୟା ର ସମାଧାନ କରିବା ପାଇଁ ସର୍ବ ସମ୍ମତି କ୍ରମେ ଜୁନାଗଡ଼ ରେଲ ଯାତ୍ରୀ ସଂଘ ନାମରେ ଏକ ସଂଘ ଗଠନ କରାଗଲା । ଏଥିରେ ସଭାପତି ଭାବେ ସୁଧାଂଶୁ ଶେଖର ବରାଡ଼ ଙ୍କୁ ମନୋନୀତ କରାଯାଇଥିଲା ବେଳେ ଉପ ସଭାପତି ଭାବେ ରଶ୍ମି ରଞ୍ଜନ ନାୟକ, ପ୍ରଭାତ ଦାଶ ଓ ରଞ୍ଜନ କୁମାର ଜାଲ ମନୋନୀତ ହୋଇଥିଲେ । ସେହିଭଳି ସାଧାରଣ ସମ୍ପାଦକ ରୂପେ ସନ୍ତୋଷ କୁମାର ସିଂହ ଦେଓ, ସମ୍ପାଦକ ଭାବେ ନରେନ୍ଦ୍ର କ୍ଷିତି ଓ କୁବଲେଶୟ ପାଣିଗ୍ରାହୀ ଓ କୋଷାଧ୍ୟକ୍ଷ ଭାବେ ଚମ୍ପକ ଅଗ୍ରୱାଲ ମନୋନୀତ ହୋଇଥିଲେ । ସଂଘ ର ଉପଦେଷ୍ଟା ଭାବେ ଈଶ୍ୱର ପୁଝାରୀ, ମନୋଜ ମେହେର, ମୁକେଶ ଅଗ୍ରୱାଲ, ପିତାମ୍ବର ରଣା, ନିର୍ମଳ ମହାନ୍ତି, ଦୁର୍ଗା ପ୍ରସାଦ ନାଏକ, ରମେଶ ଚନ୍ଦ୍ର ନାୟକ, ଭୁବନେଶ୍ୱର ସାହୁ, ଉଦ୍ଧବ ସାହୁ, ବିଜୟ ବେହେରା, ଦିଲୀପ ଖେମକା, ନୀଳକଣ୍ଠ ରାଉତ, ଦିବ୍ୟ ଶଙ୍କର ଦୀପ, ଦୁଷ୍ମନ୍ତ ନାଏକ ପ୍ରମୁଖ ମନୋନୀତ ହୋଇଥିଲେ । ଆଗାମୀ ଦିନରେ ଜିଲ୍ଲା ସଂଘ ନେତୃତ୍ୱ ରେ ଜୁନାଗଡ଼ ରେଲ ଷ୍ଟେସନ ର ବିଭିନ୍ନ ସମସ୍ୟା କୁ ନେଇ ଡି.ଆର.ଏମ କୁ ଏକ ଦାବି ପତ୍ର ଦେବା ପାଇଁ ସ୍ଥିର କରାଗଲା । ଶେଷରେ ଜୁନାଗଡ଼ ରେଲ ଯାତ୍ରୀ ସଂଘ ସଭାପତି ଶ୍ରୀ ବରାଡ଼ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।