ଏନସିସି ଚିଫ ଅଫିସର ବାନାମ୍ବର ସାବୁତ୍ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ନିଆଳି ୩୧/୧୨/୨୦୨୫ (ଓଡ଼ିଶା ସମାଚାର)- ଶଗଡାଇଲୋ ପଞ୍ଚାୟତ,କଟିକଟା ଠାରେ ନିଆଳି ହାଇସ୍କୁଲ୍‌ର ଏନସିସି ଚିଫ ଅଫିସର୍,LIC ର ଉଚ୍ଚ ପଦସ୍ଥ ଅଧିକାରୀ ଓ ପ୍ରାକ୍ତନ ପ୍ରଧାନଶିକ୍ଷକ ବାନାମ୍ବର ସାବୁତଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଦ୍ଵୀପାଞ୍ଚଳ ପୂଜ୍ୟପୂଜା ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ଅକ୍ଷୟ କୁମାର ନାୟକଙ୍କ ସଭାପତିତ୍ବ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଆଇଜି ବଟକୃଷ୍ଣ ତ୍ରିପାଠୀ ମୁଖ୍ୟଅତିଥି,ସମାଜସେବୀ ଆଡଭୋକେଟ୍ ଯୋଗେଶ ଚନ୍ଦ୍ର ମହାପାତ୍ର,ପ୍ରାକ୍ତନ ଅର୍ଥ ଯୁଗ୍ମ ଶାସନ ସଚିବ କୃଷ୍ଣଚନ୍ଦ୍ର ବଡୁ,ନିକୁଞ୍ଜ ବିହାରୀ ଭଞ୍ଜ,ଅର୍ଜୁନ କୁମାର ଦାସ,ଶରତ ଚନ୍ଦ୍ର ମହାପାତ୍ର, ଲିଙ୍ଗରାଜ ମଲ୍ଲ,ଶ୍ୟାମସୁନ୍ଦର ପାଇକରାୟ,ନିରୂପମା ପତି,ସୁବାସ ଚନ୍ଦ୍ର ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ସାବୁତ୍ ଙ୍କ ଗୁଣଗାନ କରିଥିଲେ।

ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସାନଭାଇ ରବୀନ୍ଦ୍ର କୁମାର ସାବୁତ୍,ପୁଅ ବିଶ୍ଵଜିତ୍ ସାବୁତ୍ ଓ ଜଗଜିତ୍ ସାବୁତ୍ ଆୟୋଜନ କରିଥିବାବେଳେ ସହଯୋଗର ମୁଖ୍ୟ ଭୂମିକା ରେ ଥିଲେ ଗ୍ରାମର ଶ୍ରୀ ଅରବିନ୍ଦ ସାହୁ ଯିଏ କି ଭାରତୀୟ ଜୀବନ ବିମାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଜଣେ ସାହାଯ୍ୟ କାରି ଆଦର୍ଶ ବ୍ୟକ୍ତିତ୍ଵ।ସିଠାଳ ସରପଞ୍ଚ କବିତା ମହାପାତ୍ର,ଶୁକଦେବ ସାବୁତ୍,ନିରଞ୍ଜ ବେହୁରା,ଜ୍ୟୋତି ରଞ୍ଜନ ଦାସ,ରମାକାନ୍ତ ସ୍ଵାଇଁ,ପ୍ରେମାନନ୍ଦ ମହାପାତ୍ର ଓ କୁମରବର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *