ନିଶ୍ଚିନ୍ତକୋଇଲି,୧୬/୧୨/୨୦୨୪(ଓଡିଶା ସମାଚାର/ ଅଭୟ ଜେନା )- ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ସିର୍ଲୋ ପଞ୍ଚାୟତ ବ୍ରାହ୍ମଣଖଣ୍ଡ ଠାରେ ଥିବା ପୌରାଣିକ କିମ୍ବଦନ୍ତୀ ସହିତ ଜଡିତ ଥିବା ଭଣ୍ଡେଶ୍ୱର ମହାଦେବ ମନ୍ଦିର ଠାରେ ବହୁ ଆଡମ୍ବର ସହିତ ଭାଗବତ ସପ୍ତାହ ପାଳିତ ହୋଇ ଯାଇଛି । ଗ୍ରାମର ଯୁବକ ମାନଙ୍କ ପ୍ରତିନିଧିତ୍ୱ ରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୂର୍ୟ୍ୟକାନ୍ତ ସେନାପତି,ବିଶ୍ୱଜିତ ମହାରଣା, ନିରଞ୍ଜନ ମହାପାତ୍ର, ଦାମୋଦର ଦଳାଇ, ନାରାୟଣ ପ୍ରଧାନ, ଚନ୍ଦନ ସେନାପତି, ରମାକାନ୍ତ ଭୋଇ, ବିଜୟ ଭୋଇ, ସନ୍ଦୀପ ସାହୁ, ରାଜେନ୍ଦ୍ର ମହାପାତ୍ର, ପ୍ରମୋଦ ଭୋଇ, ମନୋରଞ୍ଜନ ଦଳାଇ, ରଞ୍ଜନ ମହାପାତ୍ର, ଦିଲୀପ ମହାପାତ୍ର, ନିରଞ୍ଜନ ସାହୁ ଙ୍କ ସହିତ ଅନ୍ୟ ଚାଳିଶ ରୁ ଉର୍ଦ୍ଧ ସଦସ୍ୟ ମାନଙ୍କ ତତ୍ଵାବଧାନରେ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଛି । ଏଥିରେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେବା ସହିତ ସମାଜ ସେବି ଶ୍ରୀ ପ୍ରଦୀପ ବେହେରା, କର୍ମକର୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ଭଣ୍ଡେଶ୍ୱର ମନ୍ଦିର ର ଉନ୍ନତି କରଣ କାର୍ୟ୍ୟ ଆଗକୁ ଜାରିରହିବ ବୋଲି ବିଧାୟକ ଶ୍ରୀ ସେଠୀ ପ୍ରତିଶୃତି ଦେଇଛନ୍ତି ଏବଂ ଦଶ ଦିନ ଭିତରେ ମନ୍ଦିର ପ୍ରାଙ୍ଗଣରେ ହାଇମାସ୍କ ଲାଇଟ ଲଗାଇବା ପାଇଁ ନିର୍ଦେଶ ଦେଇଛନ୍ତି ।
ବ୍ରାହ୍ମଣଖଣ୍ଡ ଗ୍ରାମର ଭଣ୍ଡେଶ୍ୱର ମନ୍ଦିର ରେ ଭାଗବତ ସପ୍ତାହ
