ପୋଲିସର ପ୍ରତିଶ୍ରୁତି ଓ ଵିଜେପିର ମହଲତ ଆଦାନପ୍ରଦାନ ପରେ କିଶନନଗର ଥାନା ଆଗରୁ ଵିଜେପିର ଧାରଣା ସ୍ଥଗିତ

କଟକ ସଦର , ୧୨/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ମାଣପୁର ପଞ୍ଚାୟତ ସମ୍ମୁଖରେ କଟକ ସଦର ଵିଜେପି ପକ୍ଷରୁ ଆଜି ମଙ୍ଗଳବାର ଦିନ କରାଯାଇଥିବା ବିକ୍ଷୋଭ ପ୍ରଦର୍ଶନକୁ ଭଣ୍ଡୁର କରି ମାଡ଼ପିଟ କରିଥିବା ପଞ୍ଚାୟତ ଵିଜେଡି ସଭାପତି ରୁସ୍ତମ ମହମ୍ମଦ ଓ ତାଙ୍କ ସମର୍ଥକ ମାନଙ୍କୁ ଗିରଫ କରିବା ଦାବିରେ ଥାନା ସମ୍ମୁଖରେ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଦିନ ୧୨ ଟାରୁ ଦିଆଯାଇଥିଵା ଧାରଣା ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ତଥା ମାମଲାର ତଦନ୍ତକାରୀ ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ପ୍ରତିଶ୍ରୁତି ଓ ଵିଜେପି ନେତାଙ୍କ ମହଲତ ଆଦାନପ୍ରଦାନ ପରେ ରାତି ୮ ଟାରେ ସ୍ଥଗିତ ରହିଛି।୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପୋଲିସର ପ୍ରତିଶ୍ରୁତି ପରେ ଓ ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରାଗଲେ ରାଜ୍ୟ ସାରା ଵିଜେପି ରାଜରାସ୍ତାକୁ ଓହ୍ଲାଇବ ଵୋଲି ମହଲତ ଦେଇ ଵିଜେପି ନେତାମାନେ ଧାରଣାରୁ ଓହରି ଥିବା ଜଣାପଡିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ମାନଙ୍କ ନାଁ ରେ ଦଫା ୧୪୩, ୧୪୭, ୩୨୩,୨୯୪, ୩୩୬, ୫୦୬, ୧୪୭ ଆଇପିସି, ୩(ଆଇ), (ଆର୍), (ଏସ୍), ୩(୨)(ୟୁଏ), ଏସସି ଏଵଂ ଏସଟି (ପିଓଏ) ସହ ୨୯୨/୧୨.୧୨.୨୦୨୩ ନମ୍ବର ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଧାରଣା ସ୍ଥଳରେ କଟକ ଲୋକସଭା ଵିଜେପି ପ୍ରଭାରୀ ସୁକାନ୍ତ ଵିଶ୍ୱ।ଳ, କଟକ ସଦର ଵିଜେପି ସଂଯୋଜକ ହୃଷିକେଶ ଜେନାଙ୍କ ସମେତ ବହୁ ପଦାଧିକାରୀ ସାମିଲ ହୋଇଥିବା ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *