ରାଉରକେଲା ୦୧/୧୦/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )- ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବା ଇସ୍ପାତ ସହରାଞ୍ଚଳ ଏବଂ ସାରନଗରୀ ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଢି ଉଠିଥିବା ବସ୍ତି ବାସିନ୍ଦାଙ୍କ ବିଭନ୍ନ ସମସ୍ୟାକୁ ନେଇ ଆଜି ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଆର ଏସ ପି ସହରସେବା ପ୍ରଶାସନ ବିଭାଗର ସି ଜିଏମ ଶ୍ରୀ ପ୍ରତାପ କୁମାର ସ୍ୱାଇଁଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ବସ୍ତି ଉଚ୍ଛେଦ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ବିଶ୍ୱାସରେ ନେବା ସହ ସେମାନଙ୍କର ଥଇଥାନକୁ ନେଇ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକତା ଉପରେ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ ଗୁରୁତ୍ୱାରୋପ କରିଥିଲେ । ପ୍ରତିନିଧିମଣ୍ଡଳୀରେ ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଅଜୟ କଂସାରି, ପୂର୍ବ ମଣ୍ଡଳ ସଭାପତି ଶ୍ରୀ ମନୋଜ ସେନାପତି, ପଶ୍ଚିମ ମଣ୍ଡଳ ସଭାପତି ସନ୍ତୋଷ ବିରାଟ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।