କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ:  ଲୋକେ ଭୟଭିତ

ବାଲିଗୁଡା,୧୭/୧୦/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର  ସାର୍ତ୍ତୁଲ ପଞ୍ଚାୟତ ରେ ଗତ ୫ ଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘରୁ ପଦାକୁ ବାହାରୁନଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତ ଶନିବାର ଦିନ ଉକ୍ତ ଗ୍ରାମର  କିଛି ଗ୍ରାମବାସୀ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ହେଲେ ହଠାତ ବାଘ ରଡି ଶୁଣିବାକୁ ପାଇଥିଲେ । ତା’ର କିଛି ସମୟ ପରେ ପାହାଡ଼ ଆରପଟେ ୪ /୫ ଗୋଟି ଛେଳି ମରି ପଡିଥିବା ସହ ଆଉ କେତୋଟି ଛେଳି ଖଣ୍ଡିଆ ଖାବରା ହୋଇଥିବା ଦେଖିବାକୁ ପାଇଥିଲେ  । ଏହା ଦେଖି ଗ୍ରାମବାସୀ ବାଘ ଖାଇଥିବା ସନ୍ଦେହ କରୁଛନ୍ତି । ବାଘ ଏ ଭିତରେ ଦଶ ଗୋଟି ଛେଳି ଖାଇଲାଣି । ବାଘର ପାଦ ଚିହ୍ନ ମଧ୍ୟ ଗ୍ରାମବାସୀ ମାନେ ଦେଖିଥିବା ପ୍ରକାଶ କରିଛନ୍ତି । ଫଳରେ ବର୍ତ୍ତମାନ ଲୋକେ ସନ୍ଧ୍ୟା ନ ହେଉଣୁ ତାଟି, କବାଟ ବନ୍ଦ କରି ଭୟଭିତ ଅବସ୍ଥାରେ ରହୁଛନ୍ତି । ଉକ୍ତ ଗ୍ରାମର ଉପେନ୍ଦ୍ର ପାଟମାଝି ଙ୍କର ୬ ଗୋଟି ଛେଳି, ମହନ୍ତ ବଡ଼ମାଝି ଙ୍କ ଗୋଟିଏ ଛେଳି , ଆର୍କିଷନ ପାଟମାଝି ଙ୍କ ର ଗୋଟିଏ ଛେଳି,ଓ ଜିନାନ୍ତ ପାଟମାଝିଙ୍କ ର ଦୁଇଟି ଛେଳି ଏପରି ୧୦ ଗୋଟି ଛେଳି ମlରି ଖାଇଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀ ମାନେ କୋଟଗଡ ବନ ବିଭାଗ ରେଞ୍ଜର ବାଳ ଗୋପାଳ ବେହେରା ଙ୍କୁ ଜଣାଇଥିବା ସହ କ୍ଷତି ପୂରଣ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ତେବେ ଘଟଣା ସ୍ଥଳରେ  ବନ ବିଭାଗ ଅଧିକାରୀଙ୍କ ସମେତ ସଦଳ ବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାର ତଦନ୍ତ ପରେ ବାଘ ନା ଆଉ କୌଣସି ଜଙ୍ଗଲୀ ଜନ୍ତୁ ଛେଳି ମାନଙ୍କୁ ମାରିଛି, ତାହା ସ୍ପଷ୍ଟ ହେବ ବୋଲି ରେଞ୍ଜର ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *