ବେଆଇନ କୁକୁଡ଼ା ଫାର୍ମ ଦ୍ୱାରା ପରିବେଶ ପ୍ରଦୂଷଣ ଅଭିଯୋଗ

ମାହାଙ୍ଗା, ୨୮/୦୬/୨୦୨୪(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ମାହାଙ୍ଗା ଥାନା ଉଷୁମା ଗ୍ରାମରେ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ବ ହେବ ବେଆଇନ ଭାବେ ଜନୈକ ବ୍ୟକ୍ତିଅନନ୍ତ ଶମ୍ଭୁ ଆଶ୍ରମ ନିକଟରେ ବଡ଼ ବଡ଼ ଦୁଇଟି କୁକୁଡ଼ା ଫାର୍ମ କରିଛନ୍ତି । ଯାହାକି ସେହି ବାଟ ଦେଇ ଗ୍ରାମବାସୀ ମାନେ ଯାଅଆସ କରିପାରୁ ନାହାନ୍ତି । ଏପରିକି ଘର ପାଖର ଲୋକେ କୁକୁଡ଼ା ଦୁର୍ଗନ୍ଧ ଓ ସେଥିରୁ ସହ ସହ ସଂଖ୍ୟାରେ ମାଛି ମଶା ମାନେ ବାହାରି ଘରେ ରୋଷେଇ କରୁଥିବା ସମୟରେ ରୋଷେଇ ସାମଗ୍ରୀ ଉପରେ ବସି ଖାଦ୍ୟ ପଦାର୍ଥ କୁ ନଷ୍ଟ କରିଦେଉଛନ୍ତି । ଏପରିକି ଖାଇବା ସମୟରେ ମଧ୍ୟ ମାଛି ମାନଙ୍କର ପାଦୁର୍ଦ୍ଭାବ ଦେଖିବାକୁ ମିଳିଛି । ମାଛି ମଶା ଙ୍କ କବଳରେ ରୋଗ ବୃଦ୍ଧି ପାଉଛି । ଏପରିକି କୁକୁଡ଼ା ଫାର୍ମ ରୁ ମରି ଯାଉଥିବା କୁକୁଡ଼ା କୁ ଗୋବରୀ ନଦୀ କୂଳରେ ପକାଉଥିବାରୁ କୁକୁର ମାନେ ନେଇ ଘର ଓ ଦୁଆରେ ପକାଉଛି । ଏହାଛଡା କୁକୁଡା ମଳ କୁ କୁକୁଡା ଫାର୍ମ ନିକଟରେ ଗଦା କରୁଛି । ଯାହାକି ଗୋବରୀ ନଦୀକୁ ଗ୍ରାମବାସୀ ମାନେ ସ୍ନାନ ଠାରୁ ଆରମ୍ଭ କରି ସମସ୍ତ ନିତ୍ୟ କର୍ମ ଗୋବରୀ ନଦୀରେକରିଥାନ୍ତି । ମାତ୍ର କୁକୁଡା ଦୁର୍ଗନ୍ଧ ରେ ଯିବା ଆସିବା ବଡ଼ କଷ୍ଟକର ହୋଇପଡିଛି । ନିକଟସ୍ଥ ଶ୍ରୀ ଶ୍ରୀ ଅନନ୍ତ ଶମ୍ଭୁ ପୀଠକୁ ଓଡ଼ିଶାର ବହୁ ସାଧୁସନ୍ଥ ମାନେ ଆସୁଛନ୍ତି । ସେମାନଙ୍କ ରହଣି ପାଇଁ ଆଶ୍ରମ ନିର୍ମାଣ କରାଯାଇଛି , ମାତ୍ର କୁକୁଡା ର ଦୁର୍ଗନ୍ଧ ରେ ଅତିଷ୍ଠ ହୋଇ ସାଧୁସନ୍ଥ ମାନେ ରହି ପାରୁନାହାନ୍ତି । ତେବେ ଏହି ବାବଦରେ କୁକୁଡ଼ା ଫାର୍ମ କୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ପାଇଁ ମାହାଙ୍ଗା ଥାନା, ମାହାଙ୍ଗା ତହସିଲ, କଟକ ଜିଲ୍ଲାପାଳ, ପ୍ରଦୂଷଣ ବିଭାଗ କଟକ ଙ୍କୁ ଲିଖିତ ଅଭିଯୋଗ ହେଇଥିଲା । ଅଭିଯୋଗକୁ ଭିତ୍ତି କରି ବିଭାଗୀୟ ଓ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ କୁକୁଡା ଫାର୍ମ କୁ ବନ୍ଦ କରିବା ପାଇଁ କୁହାଯାଇଥିଲା । ଏପରିକି ଉଭୟ ପକ୍ଷର କିଛି ଭଦ୍ର ଲୋକ ଙ୍କ ଉପସ୍ଥିତିରେ ମାହାଙ୍ଗା ଥାନା ନିକଟରେ ଥିବା ସତ୍ୟପୀର ଙ୍କ ସମୁଖରେ ଏହି ଘଟଣା ବାବଦରେ ଆଲୋଚୋନା କରଯାଇଥିଲା । କୁକୁଡା ଫାର୍ମ କୂ ସମ୍ପୂର୍ଣ୍ଣ ବନ୍ଦ କରାଯିବା କୁ ନିଷ୍ପତ୍ତି ହୋଇଥିଲା । ତେବେ ୩ ବର୍ଷରୁ ଉର୍ଦ୍ଧ ସମୟ ଅତିବାହିତ କରିଥିଲେ ସୁଦ୍ଧା ଫାର୍ମ ମାଲିକ ଜୋର୍ ଜବରଦସ୍ତ ବେଆଇନ ଭାବେ ହଜାର ହଜାର କୁକୁଡା ପକାଉଛି । ତେଣୁ ପୁନର୍ବାର ଏନେଇ ମାହାଙ୍ଗା ଥାନା ରେ ଉଷୁମା ଗ୍ରାମର ଅର୍ଜୁନ ସାହୁ ଲିଖିତ ଅଭିଯୋଗ କରିଥିଲେ । ଥାନାଅଧିକାରୀ ଘର ଓ ଆଶ୍ରମ ନିକଟରେ ବେଆଇନ କୁକୁଡା ନରଖିବାକୁ କିଛି ଭଦ୍ର ଲୋକ ଙ୍କ ଉପସ୍ଥିତିରେ କହିଥିଲେ । ମାତ୍ର, ପୋଲିସ କଥାକୁଉକ୍ତ ବ୍ୟକ୍ତି ଗୁରୁତ୍ୱ ଦେଇ ନଥିଲା । ଏହାକୁ ଭିତ୍ତିକରି ଅର୍ଜୁନ ସାହୁ କଟକ ପ୍ରଦୂଷଣ ବିଭାଗଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ବେଆଇନ କୁକୁଡା ଫାର୍ମ ବନ୍ଦ କରା ନଗଲେ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀ ମୁଖ୍ୟ କାର୍ୟ୍ୟାଳୟ ଆଗରେ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *