ଶହୀଦ ସ୍ମୃତି ସଂସଦ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ୧୮ରେ

ନିମାପଡ଼ା,୧୫/୦୫/୨୦୨୫(ଓଡ଼ିଶା ସମାଚାର)-ଜାମ୍ମୁକାଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ଯେଉଁ ଭଳି ନରସଂହାର କରିଥିଲେ ତାହା କେବଳ ନିରିହ ଲୋକମାନଙ୍କ ଉପରେ ଆକ୍ରମଣ ନଥିଲା ବରଂ ବିଶ୍ବ ସ୍ତରରେ ଭାରତକୁ ନିଚା ଦେଖାଇବା ପାଇଁ ପାକିସ୍ଥାନ ପ୍ରରୋଚନାରେ ଆତଙ୍କବାଦୀମାନେ ଏଭଳି ବର୍ବରୋଚିତ କାଣ୍ଡ ଭିଆଇ ଥିଲେ। ।

ତେଣୁ ଏହାର ପ୍ରତ୍ୟୁତରରେ ଆତଙ୍କବାଦର ଜଡକୁ ସମୁଳେ ମୂଳୋତ୍ପାଟନ ପାଇଁ ଭାରତ ୩ ସୈନ୍ୟବାହିନୀ ଦ୍ବାରା ଅପରେସନ ସିନ୍ଦୁର ଅଭିଯାନ ଜରିଆରେ ନିଜ ସୀମା ଭିତରେ ରହି ସୈନ୍ୟ ବାହିନୀ ଯେଉଁ ପରାକ୍ରମ ଦେଖାଇଛି ତାହାକୁ ନେଇ ସାରା ଦେଶ ଗର୍ବିତ। ଖାଲି ଦେଶ ନୁହେଁ ଭାରତୀୟ ସୈନ୍ୟବାହିନୀର ପରାକ୍ରମକୁ ନେଇ ସାରା ବିଶ୍ବରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଶ୍ବରେ ମହାଶକ୍ତି ବୋଲାଉଥିବା ଦେଶମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

ତେଣୁ ସାରା ଦେଶରେ ଅପରେଶନ ସିନ୍ଦୁରର ସଫଳତାକୁ ଜନମାନସରେ ଉଜିବିତ କରି ରଖିବା ପାଇଁ ସାରା ଦେଶରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ତେଣୁ ଆସନ୍ତା ୧୮ ତାରିଖରେ ସମସ୍ତ ଧାର୍ମିକ, ସାମାଜିକ , ସ୍ବେଛାସେବୀ ଓ ପ୍ରେସ କ୍ଲବ ଓ ସର୍ବଦଳିୟ ନେତାଙ୍କ ମିଳିତ ସହଯୋଗରେ ସହିଦ ସ୍ମୃତି ସଂସଦ ପକ୍ଷରୁ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି  ସହୀଦ ସ୍ମୃତି ସଂସଦ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂସଦର ସଭାପତି ତଥା ପ୍ରାକ୍ତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।୧୮ ତାରିଖ ଦିନ ଅପରାହ୍ନ ୩ ଟା ବେଳେ ନୂଆ ବସଷ୍ଟାଣ୍ଡଠାରୁ  ଶୋଭାଯାତ୍ରା ବାହାରି ସହିଦ ପଡ଼ିଆରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ  ସଂସଦର ବରିଷ୍ଠ ସଭ୍ୟ ଜୀବନାନନ୍ଦ ମହାପାତ୍ର, ରାମଚନ୍ଦ୍ର ସାହୁ ଓ ଦୟାନିଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *