ଓଳସିଂହ କଲେଜରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ନିରାକାରପୁର, ୧୨/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଓଳସିଂହ ଆଦର୍ଶ ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୁଲ୍ୟରେ ରାଜ୍ୟ ସରକାର ଙ୍କ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୌତୁକ ବିରୋଧୀ ଏକ ଅଭିଯାନ କାର୍ଯ୍ୟକ୍ରମ ହୋଇଥିଲା। ଏକ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ଯୌତୁକ ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ କଲେଜ ପ୍ରାଙ୍ଗଣରୁ ବାହାରି ଛଣଗିରି ବଜାର ପରିକ୍ରମା କରିଥିଲେ। ଉକ୍ତ ସମୟରେ ଜନସାଧାରଣଙ୍କୁ ସଚେତନ କରିବା ସହିତ ଯୌତୁକ ବିରୋଧୀ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ସୁଧାଂଶୁ ଭୁଷଣ ଦାଶ, ଅଧ୍ୟାପକ ବିଶ୍ଵଦିପ ଦାସ, ନିରଞ୍ଜନ ଶ୍ରୀଚନ୍ଦନ ଓ ଅଧ୍ୟାପିକା କ୍ଷଣପ୍ରଭା ଚମ୍ପତିରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *