କୃଷି ରଥ ପରିଭ୍ରମଣ କାର୍ୟ୍ୟକ୍ରମ ର ଶୁଭାରମ୍ଭ 

ଗରଦପୁର, ୧୨/୧୨/୨୦୨୩ (ଓଡ଼ିଶା ସମାଚାର)- ଆଜି ଗରଦପୁର ବ୍ଳକ କୃଷି ବିଭାଗ ତରଫରୁ କୃଷକ ମାନଙ୍କ ସଚେତନତା ପାଇଁ କୃଷି ରଥ ପରିଭ୍ରମଣ କାର୍ୟ୍ୟକ୍ରମ ଶୁଭାରମ୍ଭ  ହୋଇଛି ।  ଗରଦପୁର ବ୍ଳକ ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା ନଡ଼ିଆ ବାଡ଼େଇ ସବୁଜ ପତାକା ଦେଖାଇ  କୃଷି ରଥ ପରିଭ୍ରମଣ କାର୍ୟ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ବ୍ଳକ କୃଷି ଅଧିକାରୀ ଡଃ ଗୈ।ତମ ଦାସ,ସହକାରୀ କୃଷି ଅଧିକାରୀ ଅନିରୁଦ୍ଧ ତରାଇ,ବନ୍ତଳା ପଞ୍ଚାୟତର ସମିତି ସଭ୍ୟ ବ୍ରଜ କିଶୋର ସାହୁ , VAW ଆରତୀ ଖୁଜୁର୍, ATM ରାଜେଶ କୁମାର ସେନାପତି,ବିବେକ କୁମାର ପଟ୍ଟନାୟକ ଓ ସମସ୍ତ ଅଧିକାରୀ ଉପସ୍ଥିତ ରହି ଏହି କାର୍ୟ୍ୟକୁ ସମ୍ପାଦନ କରିଥିଲେ।

Leave a Reply

Your email address will not be published. Required fields are marked *