କଟକ ଜିଲ୍ଲା ର ସର୍ଵ ପୁରାତନ ରିଟେଲର ଚନ୍ଦ୍ରମଣି ବେହେରା ଙ୍କର ୧୦୨ ବର୍ଷ ରେ ପରଲୋକ

ନିଶ୍ଚିନ୍ତକୋଇଲି, ୧୬/୧୦/୨୦୨୪(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଯୋଗାଣ ଓ ବଣ୍ଟନ ବିଭାଗ ପୁରାତନ ବୟୋଜ୍ୟେଷ୍ଠ ରିଟେଲର ଚନ୍ଦ୍ରମଣି ବେହେରାଙ୍କର ଆଜି ଅପରାହ୍ନ ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଜନାର୍ଦ୍ଦନପୁର ଗ୍ରାମସ୍ଥିତ ବାସଭବନ ରେ ଚିକିତ୍ସାଧୀନ ଥିଲେ । ସେ ପ୍ରଥମେ ଅବିଭକ୍ତ କଳମିଶ୍ରି ପଞ୍ଚାୟତ ଓ ପରେ, କଳମିଶ୍ରି ଓ ଜନାର୍ଦ୍ଦନପୁର ଉଭୟ ପଞ୍ଚାୟତ ରେ ସରକାରୀ ଖାଉଟି ସାମଗ୍ରୀ ସୁଷମ ବଣ୍ଟନ କରି ଲୋକପ୍ରିୟତା ଅର୍ଜନ କରିଥିଲେ । ବାର୍ଦ୍ଧକ୍ୟ ଅବସ୍ଥା ହେତୁ ସାନପୁଅ ପ୍ରଦୀପ୍ତକୁମାର ବେହେରା ଏହି ଦାୟିତ୍ୱ ସମ୍ଭାଳୁଛନ୍ତି । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳ ସମେତ ବ୍ଲକ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ବିୟୋଗ ଖବର ପାଇ ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ, ସାମ୍ବାଦିକ ଅଭୟ ଜେନା ଗଭୀର ଶୋକ ପ୍ରକାଶ  କରଛନ୍ତି । ଚିତ୍ରୋତ୍ପଳା ନଦୀ ତଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନହେବା ପାଇଁ ସ୍ଥିରୀକୃତ  ହୋଇଛି । ମୃତ୍ୟୁଶଯ୍ୟା ନିକଟରେ ବଡପୁଅ ପ୍ରମୋଦ କୁମାର ବେହେରା, ସାନପୁଅ ପ୍ରଦୀପ୍ତ କୁମାର ବେହେରା,ପୁତ୍ରବଧୂ, ନାତି ନାତୁଣୀ, ପରିବାରବର୍ଗ, ବନ୍ଧୁ ପରିଜନ, ସମ୍ପର୍କୀୟ, ବିଶିଷ୍ଟ ବ୍ୟକ୍ତି, ଗ୍ରାମବାସୀ ଉପସ୍ଥିତରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରଛନ୍ତି ।

Leave a Reply

Your email address will not be published. Required fields are marked *