ରାଉରକେଲା, ୧୧/୧୨/୨୦୨୩ (ଓଡ଼ିଶା ସମାଚାର)- ସ୍ଥାନୀୟ ଆପୋଲୋ ହସ୍ପିଟାଲ ପରିସରରେ ଦୁଇ ଦିନିଆ ଶିଶୁ ରୋଗ ବିଶେଷଜ୍ଞ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଇଏପି ଓଡ଼ିଶା ସଭାପତି ଡ଼ା ନୀଳମାଧବ ଜେନା ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଡ଼ା ସମରେନ୍ଦ୍ର ମହାପାତ୍ର ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହ ଏଭଳି ସମ୍ମିଳନୀ ଦ୍ବାରା ଶିଶୁ ରୋଗ ବିଶେଷଜ୍ଞ ମାନେ ବେଶ ଲଆଭଆନ୍ବଇତ ହେବା ସହ ସେମାନଙ୍କ କର୍ତ୍ତବ୍ୟବୋଧ ଓ ସାମାଜିକ ଦାୟିତ୍ୱବୋଧ ପ୍ରତି ନିଷ୍ଠା ବୃଦ୍ଧି ପାଇବ। ଯାହା ସମାଜର ମଙ୍ଗଳ ସାଧିତ କରିବ। ଶିଶୁ ମାନଙ୍କ ସେବା କ୍ଷେତ୍ରରେ ଏକ ମିନିଟ ମଧ୍ୟ ମୂଲ୍ୟବାନ ହୋଇଥାଏ। ତେଣୁ ସମସ୍ତ ଡାକ୍ତର ବନ୍ଧୁ ଏଥିପ୍ରତି ସଜାଗ ରହିବା ସହ ଉତ୍ତମ କର୍ତ୍ତବ୍ୟ ସମ୍ପାଦନ କରିପାରିଲେ ଏକ ସୁନ୍ଦର ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବା ବୋଲି ମତ ରଖିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଆପୋଲୋ ହସ୍ପିଟାଲ ର ମୁଖ୍ୟ ଡ଼ା ସଜଲ ସେନ୍, ସିଆଇଏପି ର ପୂର୍ବାଞ୍ଚଳ ଉପସଭାପତି ଡ଼ା ବିଶ୍ବଜିତ ମିଶ୍ର, ପ୍ରଫେସର ପିୟୁସ ଗୁପ୍ତା, ଡ଼ା ମୃତ୍ୟୁଞ୍ଜୟ ଦାଶ, ଡ଼ା ବିଜୟ କୁମାର ଭୂୟାଁ,ଡ଼ା ରାଧାନାଥ ଶତପଥୀ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡା ପାର୍ଥସାରଥୀ ଲାଲ୍, ଡ଼ା ନାରାୟଣ ପ୍ରସାଦ ମୋଦୀ ଓ ସାଂଗଠନିକ ସମ୍ପାଦକ ଡ଼ା ଦେବେନ୍ଦ୍ର କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ରଖି ସମ୍ମିଳନୀର ଉଦ୍ଦେଶ୍ୟ ଓ ଅନୁଷ୍ଠାନ କୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମସ୍ତେ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ସ୍ବର୍ଗତ ଡ଼ା ଅଶ୍ବିନୀ କୁମାର ମହାନ୍ତି ଓ ଅନ୍ୟ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଡ଼ା ଲାଲ ସ୍ବାଗତ ଭାଷଣ ରଖିଥିବା ବେଳେ ସମ୍ପାଦକ ଡ଼ା ମହାପାତ୍ର ବିବରଣୀ ଓ ସାଂଗଠନିକ ସମ୍ପାଦକ ଡ଼ା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡା ରବିକୁମାର ଶତପଥୀ ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ଓ ପ୍ରଫେସର ଏସ କେ ବେହେରା ସ୍ମୃତି ସ୍ବର୍ଣ୍ଣପଦକ ବିଭିନ୍ନ କୃତି ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଡ଼ା ବିଜୟ କୁମାର ଭୂୟାଁ ଙ୍କୁ ଆସନ୍ତା ୨୦୨୪ ପାଇଁ ଆଇଏପି ଓଡ଼ିଶା ଶାଖାର ସଭାପତି ଦାୟିତ୍ଵ ଅର୍ପଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡ଼ା ଏସ ଏନ୍ ପରିଡ଼ା,ଡ଼ା ପି କେ ପାତ୍ର,ଡ଼ା ମହେଶ ପ୍ରସାଦ ମହନ୍ତ,ଡ଼ା ରବି କୁମାର,ଡ଼ା ସତିଶ ସେଠୀ,ଡ଼ା ଜି ଡି ହାଲୱଇ,ଡ଼ା ପୁନମ ଏକ୍କା,ଡ଼ା ସୁସ୍ମିତା ଲାକ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।