ଖଜୁରୀପଡ଼ା ଗ୍ରାମର ର ପ୍ରଥମ ମୁସଲମାନ ମହିଳା ଙ୍କ ପିଏଚଡି , ସବୁ ମହଲରୁ ଶୁଭେଛା

ନିରାକାରପୁର, ୧୧/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା   ରାମେଶ୍ଵର ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡ଼ା ଗ୍ରାମର ପ୍ରତିଷ୍ଠିତ ସମାଜସେବୀ ( ଅଞ୍ଜୁମନ୍ ଇ ଇସଲାମୀୟ କାର୍ଯ୍ୟରତ ସଭାପତି) ସୌକତ ଅଲ୍ଲୀ ଶାହା ଓ ରସନାରା ବେଗମ୍ ଙ୍କ କନିଷ୍ଠା କନ୍ୟା ଏବଂ ସ୍ୱର୍ଗତ ପ୍ରଧାନ ଶିକ୍ଷକ ହାଇଦର ମହମ୍ମଦ ଓ ଚାନ୍ଦୁ ଶାହା ଙ୍କ ନାତୁଣୀ। ଡକ୍ଟର ନଫିସା ଅଲ୍ଲୀ ରେଭେନ୍ସା ବିଶବବିଦ୍ୟାଳୟ ରୁ ରାଜନୀତି ବିଜ୍ଞାନ ବିଭାଗ ର ପ୍ରଫେସର ଅସୀମା ସାହୁ ଙ୍କ ତତ୍ତ୍ଵାବଧାନରେ ପି ଏଚ ଡି ଡିଗ୍ରୀ ଲାଭ କରିଛନ୍ତି। ଗ୍ରାମ ର ପ୍ରଥମ ମୁସଲମାନ ମହିଳା ଭାବରେ ଏହି କୃତିତ୍ୟ ପାଈ ନଫିସା ଙ୍କୁ ସବୁ ମହଲରୁ ଶୁଭେଛା ମିଳିଛି।

ସମ୍ପ୍ରତି କ୍ଷେତ୍ରବାସୀ ଡି ଏ ଭି ମହାବିଦୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ଅଧ୍ୟାପିକା ଭାବେ କାର୍ଯ୍ୟରତ। ଡକ୍ଟର ନଫିସା ଜଣେ ମେଧାବୀ ଛାତ୍ରୀ ଭାବେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନେକ ସଫଳତା ଲାଭ କରିଛନ୍ତି। ଏଥିସହିତ ସୂଚନାଯୋଗ୍ୟ ଜାତୀୟ ସ୍ତରରେ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ତରଫରୁ ଫେଲୋସିପ ପାଇବା ସହ ସର୍ବ ଭାରତୀୟ ସ୍ତରରେ ହେଉଥିବା ନେଟ ପରୀକ୍ଷାରେ କୃତକାର୍ଯ୍ୟ ମଧ୍ୟ ହୋଇଛନ୍ତି।

“କଠିନ ପରିଶ୍ରମ ଓ ଅଧ୍ୟବସାୟ ଆଧାରରେ ସଫଳତା ବାଟ ଫିଟିଥାଏ” । ଏହି ଉକ୍ତିର ସତ୍ୟତା କୁ ପ୍ରତିପାଦନ କରିଛନ୍ତି।

Leave a Reply

Your email address will not be published. Required fields are marked *