ଵିଵାହ ଉତ୍ସବରେ ଯୋଗ ଦେଇ ଚର୍ଚ୍ଚାକୁ ଆସିଲେ ପାଣ୍ଡିଆନ୍

କଟକ ସଦର,୨୮/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦିନ ଥିଲା ବିଜେଡ଼ି ସରକାର ରେ ଅଖଣ୍ଡ କ୍ଷମତା ର ଅଧିଶ୍ୱର ଥିବା ପ୍ରଶାସନିକ ଅଧିକାରୀ ତଥା ପରବର୍ତ୍ତୀ ସମୟରେ ଚାକିରି ଛାଡ଼ି ବିଜେଡ଼ି ର ହର୍ତାକର୍ତା ଵନିଥିଵା ଭି କାର୍ତ୍ତିକେୟ ପାଣ୍ଡିଆନ ନିର୍ବାଚନରେ ଦଳକୁ ବୁଡ଼େଇ ରାଜନୀତି ରୁ ସନ୍ୟାସ ନେଇଥିବା ଘୋଷଣା କରି ଆତ୍ମଗୋପନ କରିଥିଲେ। ଆଜକୁ ପାଞ୍ଚ ମାସ ରୁ ଉର୍ଦ୍ଧ୍ୱ ହେଲା ପାଣ୍ଡିଆନଙ୍କର ଛାଇ ଦେଖାଯାଉନଥିବା ବେଳେ ହଠାତ୍ ଏକ ଵିଵାହ ଉତ୍ସବରେ ଦୃଶ୍ୟମାନ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ପୁଣି ରାଜନୈତିକ କମ୍ପନ ସୃଷ୍ଟି ହୋଇଛି। ପ୍ରକାଶ ଯେ କଟକ ସଦର ଓ ଚୈ।ଦ୍ୱ।ର-କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଝିଅ ତଥା ବିଧାୟକ ସୈ।ଭିକ ବିଶ୍ୱାଳ ଙ୍କ ଭଉଣୀ ଵିଭାଘର ଉତ୍ସବରେ ପାଣ୍ଡିଆନ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ କିଛି ସମୟ ପାଇଁ ଦୃଶ୍ୟମାନ ହୋଇ ହଟଚମଟ ସୃଷ୍ଟି କରିଥିବା ଜଣାପଡିଛି। ଆଗାମୀ ଦିନ ପାଇଁ ରାଜନୀତି ରେ ପାଣ୍ଡିଆନ କିଛି କରିସ୍ମା ଦେଖାଇ ପାରନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଯଦିଓ ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟପାଳ ରଘୁବର ଦାସ, ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧିଦଳ ନେତା ନବୀନ ପଟ୍ଟନାୟକ, ଚର୍ଚ୍ଚିତ ନେତା ବିଜୟ ମହାପାତ୍ର ଙ୍କ ସମେତ ବହୁ ନେତୃମଣ୍ଡଳୀ ଯୋଗଦାନ କରିଥିଲେ। ପାଣ୍ଡିଆନ ଆବିର୍ଭାବ ହୋଇ ଜଣେଇ ଦେଲେ ଯେ ସିଏ ଏଵେ ବି ରାଜନୀତି ରେ ସକ୍ରିୟ ଥାଇ ଗୋଟି ଚାଳନାରେ ବ୍ୟସ୍ତ ଅଛନ୍ତି।

Leave a Reply

Your email address will not be published. Required fields are marked *