ସାକ୍ଷୀଗୋପାଳ, ୧୧/୧୨/୨୦୨୩ (ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି, ସତ୍ୟବାଦୀ ଶାଖା ତରଫରୁ ଆଜି ଜନ ଆକ୍ରୋଶ ଆନ୍ଦୋଳନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମ ପ୍ରକାଶ ମିଶ୍ର, ଭାରତୀୟ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଡାକ୍ତର ସମ୍ବିତ ପାତ୍ର,ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୁରୀ ଜିଲ୍ଲା ପ୍ରଭାରୀ ଲେଖାଶ୍ରୀ ସାମନ୍ତସିଂହାର ଓ ବିଜେପି ଦଳ ରାଜ୍ୟ ଓ ବି ସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ପ୍ରମୁଖଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ନେତା ମାନେ ସ୍ଥାନୀୟ ପଞ୍ଚସଖା ଖେଳ ପଡିଆ ଠାରୁ ଏକ ଶୋଭାଯାତ୍ରାରେ ସାକ୍ଷୀଗୋପାଳ ବଜାର ପରିକ୍ରମା କରି ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।
ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ପରିସରରେ ସତ୍ୟବାଦୀ ବ୍ଲକ ଜୟ ପୁର ପଞ୍ଚାୟତ ସମିତି ସଭ୍ୟ ଦୀପକ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜନ ଆକ୍ରୋଶ ସଭାରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅପାରଗ ଓ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରଙ୍କୁ ହଟାଇବା ନିମନ୍ତେ ଆହ୍ୱାନ ଦେଇଥିଲେ । ଭାରତୀୟ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଡାକ୍ତର ସମ୍ବିତ ପାତ୍ର 2048 ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବା ନିମନ୍ତେ ଉପସ୍ଥିତ ଜନତାଙ୍କୁ ଏକ ଶପଥ ପାଠ କରାଇଥିଲେ । ଦୁର୍ନୀତି ବିରୁଧରେ ଇ ଡ଼ି, ସି ବି ଆଇ ଓ ଆୟ କର ଚଢ଼ାଉ ଜାରି ରହିବ ବୋଲି ଘୋଷଣା କରିଥିଲେ । ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଓମ ପ୍ରକାଶ ମିଶ୍ର ସତ୍ୟବାଦୀ ବ୍ଲକରେ ଚାଲୁଥିବା ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେଡ଼ି କର୍ମୀ ମାନଙ୍କୁ ଆବାସ ପ୍ରଦାନ କରିବା , ସରକାରଙ୍କ ଅପାରଗତା ଯୋଗୁ 18 କୋଟି ଟଙ୍କା ଫନି ସହାୟତା ଫେରିଯିବା ଓ ମୋ ଓଡିଶା ଓ ନବୀନ ଓଡିଶା ଯୋଜନାରେ ଆସିଥିବା ଅର୍ଥ ହରିଲୁଟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲ୍ଲା ବିଜେପି ପ୍ରଭାରୀ ଲେଖାଶ୍ରୀ ସାମନ୍ତସିଂହାର ଓ , ଓ ବି ସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ସମେତ ଅନ୍ୟମାନେ ଉଦବୋଧନ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲ୍ଲା ବିଜେପି ପ୍ରଭାରୀ ଲେଖାଶ୍ରୀ ସାମନ୍ତସିଂହାର ଓ , ଓ ବି ସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ସମେତ ଅନ୍ୟମାନେ ଉଦବୋଧନ ଦେଇଥିଲେ । ତା ସହିତ ତିନି ମଣ୍ଡଳ ସଭାପତି ଉମେଶ ପ୍ରଧାନ,କମଳା କାନ୍ତ ମିଶ୍ର,ସୁରେନ୍ଦ୍ର ପ୍ରଧାନ ମଞ୍ଚରେ ଉପସ୍ଥିତ ଥିଲେ l ତ୍ରିଲୋଚନ ରଥ କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।