ଶିବାନନ୍ଦ ଆଶ୍ରମରେ ନବରାତ୍ର ଓ କୁମାରୀ ପୂଜା

କେନ୍ଦ୍ରାପଡା,୧୪/୧୦/୨୦୨୪ (ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ପ୍ରତିଷ୍ଠାତା ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶାରଦୀୟ ନବରାତ୍ର ପାଳନ ଓ ସପ୍ତସତୀ ପାରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶନିବାର ନବକନ୍ୟା ପୂଜନ ବା କୁମାରୀ ପୂଜା ମହାସମାରୋହରେ ପାଳିତ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର,ରୀତାଞ୍ଜଳି ନାଥ, ଦୌ୍ରପଦୀ ରାଉତ, ମିନତୀ ଦାସ, ନିଆଳିରୁ ବିଜୟ କୁମାର ଜେନା, ଗାୟତ୍ରୀ ସ୍ୱାଇଁ, ଗୀତା ସ୍ୱାଇଁ, ଶିବାନୀ, ଚିତରଞ୍ଜନ ଦାସ ଓ ଉପାଧ୍ୟକ୍ଷ ଡକ୍ଟର କାଳି ପ୍ରସନ୍ନ ଶତପଥୀ ପ୍ରମୁଖ ଯୋଗଦେଇଥିଲେ । ବିଶ୍ୱ କଲ୍ୟାଣ ପାଇଁ ଏବଂ ସଂସାରର ଦୁଃଖ ଦୁର୍ଦ୍ଧଶା ଦୂର ପାଇଁ ଶ୍ରୀମା’ କୁମାରୀ କନ୍ୟାମାନଙ୍କୁ ବିଧି ପୂର୍ବକ ପୂଜାର୍ଚ୍ଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସରୋଜ ଜେନା ଓ ବ୍ରହ୍ମଚାରୀ ନୃସିଂହ ନାଥ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *