ପୂର୍ବତନ ପ୍ରଧାନ ଶିକ୍ଷକ ଜାନକିବଲ୍ଲଭଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା,୨୭/୦୪/୨୦୨୪ (ଓଡ଼ିଶା ସମାଚାର)- ପୂର୍ବତନ ପ୍ରଧାନଶିକ୍ଷକ ତଥା କେନ୍ଦ୍ରାପଡା ସହରର ସାରଙ୍ଗସ୍ଥିତ ଜାନକିବଲ୍ଲଭ ଦାଶଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କେଦାରନାଥ ସାମନ୍ତରାୟ, କାନନବିହାରି ସାହୁ, ଶିବପ୍ରସାଦ ସିଂ, ରମେଶ ଚନ୍ଦ୍ର ନାୟକ, ସନ୍ତୋଷ କୁମାର ଜେନା, ଶ୍ରୀନିବାସ ସାହୁ, ରମଣୀରଞ୍ଜନ ରାଉତରାୟ, ସୁଷମା ଦେବୀ, ଶ୍ରୀକାନ୍ତ କୁମାର ଦାସ, ଶ୍ରୀମନ୍ତ କୁମାର ଦାସ, ସଚ୍ଚିକାନ୍ତ ଦାସ, ଆର୍ତ ଚରଣ ନାୟକ, ସମାଜସେବୀ ନିରଞ୍ଜନ ପରିଡା ପ୍ରମୁଖ ଯୋଗଦେଇ ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଦାଶଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *