ପାଲଲହଡ଼ା ୧୧/୧୦/୨୦୨୪ (ଓଡ଼ିଶା ସମାଚାର)- ଅନଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଫପଣ୍ଡ ଗ୍ରାମରେ ତିନିଦିନ ଧରି ଚାଲିଥିବା ଫପଣ୍ଡ ନେହେରୁ କ୍ଲବ ଆନୁକୂଲ୍ୟରେ ୩୬ ତମ ଫପଣ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ପାଲଲହଡ଼ା ପୂର୍ବତନ ବିଧାୟକ ମୁକେଶ କୁମାର ପାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ପାଲଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରିନାରାଣୀ ନାଏକ,ବାଲିପଶି ସରପଞ୍ଚ ଶ୍ରୀମତୀ ଧୀରେଶ୍ୱରୀ ଗଡନାୟକ, ସମିତି ସଭ୍ୟା ମନ୍ଦାକିନୀ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଉଦଯାପନୀ ଦିବସ ର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟି ଥିଲା ଝାରସୁଗୁଡ଼ା ଏବଂ ସମ୍ବଲପୁର ବାଳିକା ଫୁଟବଲ ଦଳ ର ପ୍ରଦର୍ଶନୀ ମ୍ୟାଚ। ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ଖଜୁରୀଖମଣ ଏବଂ ବାରକୋଟିଆ ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ମ୍ୟାଚ ଅମୀମାଂସିତ ରହିବାରୁ ଟାଇବ୍ରେକର୍ ମାଧ୍ୟମରେ ଖଜୁରିଖମଣ ଦଳ ବିଜେତା ହୋଇ ଟୁର୍ନାମେଣ୍ଟ ର ଚମ୍ପିୟନ ହୋଇଥିଲା ଓ ଚାମ୍ପିଆନ୍ ଖଜୁରିଖମଣ କୁ ୧୫୦୦୦ ଟଙ୍କା ଏବଂ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅପ ବାରକୋଟିଆ ଦଳ କୁ ୧୨୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଫପଣ୍ଡ ନେହେରୁ କ୍ଲବ ର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ।