୨୨ ରୁ କିଶନନଗରରେ ‘ଆସଗା’ ର ଵଚ୍ଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୩

କଟକ ସଦର, ୧୬/୧୧/୨୦୨୩ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଖେଳ ପଡ଼ିଆରେ ଆସନ୍ତା ୨୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆଞ୍ଚଳିକ ସ୍ପୋର୍ଟସ ଆଣ୍ଡ ଗେମ୍ସ ଆସୋସିଏସନ୍ (ଆସଗା)ପକ୍ଷରୁ ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଓ କଟକ ଜିଲ୍ଲା ଆଥେଲେଟିକ ଆସୋସିଏସନ ର ମିଳିତ ଆନୁକୂଲ୍ୟରେ ଵଚ୍ଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୩ ଅନୁଷ୍ଠିତ ହେବ ଵୋଲି ଶେଷ ହୋଇଥିବା ଚୁଡାନ୍ତ ପ୍ରସ୍ତୁତିରୁ ଜଣାପଡିଛି। ଏଥିରେ ୨୦ ଟି ଟିମ୍ ଭାଗ ନେବାକୁ ଯାଉଥିବା ଆସଗା ର ସଂପାଦକ ପ୍ରଶାନ୍ତ ଦାସଙ୍କ ଠାରୁ ସୂଚନା ମିଳିଛି। ଏଥିପାଇଁ କିଶନନଗର ଡାକ ବଙ୍ଗଳା ଠାରେ ଆସଗା ର ସଭାପତି କାଙ୍ଗାଳି ଚରଣ ବେହେରା ଙ୍କ ପୈ।ରୋହିତ୍ୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଆସୋସିଏସନ୍ ର ସମସ୍ତ କାର୍ଯ୍ୟକର୍ତ୍ତା ଓ କ୍ରୀଡ଼ାପ୍ରେମୀ ଯୋଗ ଦେଇ ଉକ୍ତ ଟୁର୍ଣ୍ଣାମେଣ୍ଟ କିଭଳି ସରସ ସୁନ୍ଦର ଓ ସଫଳ ହେଵ ସେ ଦିଗରେ ବିସ୍ତୃତ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ ଏହି ପଡ଼ିଆରେ ‘ଆକା’ପକ୍ଷରୁ ଏକ ମାସ ଧରି ଅନୁଷ୍ଠିତ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ ୧୪ ତାରିଖରେ ଉଦଯାପିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *