କଟକ ସଦର ,୧୫/୧୧/୨୦୨୩ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ବ୍ଲକର ପୂର୍ବତନ ଵିଡିଓ ରାଜୀବ ଲୋଚନ ପରିଡ଼ାଙ୍କ ସମୟରେ ୧୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଆଵାଶିକ କାର୍ଯ୍ୟାଳୟର ନୂତନ କୋଠା କୁ ଆବଶ୍ୟକତା ଦୃଷ୍ଟିରୁ ଆଜି ବୁଧବାର ପୂର୍ବାହ୍ନରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଉଦଘାଟନ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନୂତନ ଵିଡିଓ ରୁମନା ଜାଫ୍ରି, ସହକାରୀ ନିର୍ବାହୀ ଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁ, ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ସସ୍ମିତା ଦାସ, ଉପାଧ୍ୟକ୍ଷା ଅମ୍ବିକା ପାତ୍ରଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଓ ଠିକାଦାର ରଶ୍ମି ର¬ନ ପଟ୍ଟନାୟକ ଯୋଗ ଦେଇଥିଲେ ।
କଟକ ସଦର ନୂଆ ଵିଡିଓଙ୍କ ନୂଆ କ୍ୱାର୍ଟର ଉଦଘାଟିତ
