ସରକାରୀ ଚୀନା ବାଦାମ ବିହନ ବଣ୍ଟନରେ ଅନିୟମିତତା ,ବାଇଁଶିରିଆ ଚାଷୀ ଆଣିଲେ ଅଭିଯୋଗ

ଯାଜପୁର ,୧୫/୧୧/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର) : ବରୀ ବ୍ଲକରେ ଦାୟିତ୍ୱରେ ଥିବା କୃଷି ଅଧିକାରୀ ମାନଙ୍କ ଚଞ୍ଚକତା ଯୋଗୁଁ ପୂର୍ବରୁ ଲକ୍ଷାଧିକ ଟଙ୍କାର ମୁଗ ବିହନ ଚାଷୀ ମାନେ ନ ପାଇବା ଘଟଣାର ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା। ସେହିପରି ଚଳିତ ବର୍ଷ ଚୀନା ବାଦାମ ବିହନ ନ ପାଇ କୃଷକ ମାନେ ଧାରଣାରେ ବସିବାର ଦୃଶ୍ୟ ଏବେ ବରୀ ଅଞ୍ଚଳରେ ମୁଖ୍ୟ ଖବର ପାଲଟିଛି। ସୂଚନା ମୁତାବକ ଚଳିତ ବର୍ଷ ବରୀ ବ୍ଲକ କୁ ୯୦ କୁଇଣ୍ଟାଲ ସରକାରୀ ଚୀନା ବାଦାମ ବିହନ ଚାଷୀ ମାନଙ୍କ ନିମନ୍ତେ ଆସିଥିଲା। ଉକ୍ତ ଚୀନା ବାଦାମ ବିହନ କୁ ବାଇଁସିରିଆ ପଞ୍ଚାୟତ ର ସାରଙ୍ଗପୁର, ସ୍ବାଇଁଖଣ୍ଡ ପଞ୍ଚାୟତ ର କଳାଖଣ୍ଡ ଓ ଉଦୟନାଥ ପୁର ପଞ୍ଚାୟତରେ ବଣ୍ଟନ କରାଯାଇଥିଲା। କିନ୍ତୁ ଯେଉଁ ପଞ୍ଚାୟତ ମାନଙ୍କରେ ସର୍ବାଧିକ ଚୀନା ବାଦାମ ଚାଷ କରାଯାଇଥାଏ ସେହି ଅଞ୍ଚଳର ଚାଷୀ ମାନେ ସରକାରୀ ଚୀନା ବାଦାମ ବିହନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଯେଉଁ ପଞ୍ଚାୟତ ମାନଙ୍କରେ ବଣ୍ଟନ କରାଯାଇଛି ଦାୟିତ୍ୱରେ ଥିବା କୃଷି ବିଭାଗ ଅଧିକାରୀ ମାନେ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଚାଷ ଜମି ନ ଥିବା ବ୍ୟକ୍ତି ମାନଙ୍କୁ ସରକାରୀ ବିହନ ବଣ୍ଟନ କରିଥିବା ଧାରଣାରେ ବସିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ବାଇଁସିରିଆ ପଞ୍ଚାୟତ ର ଚାଷୀ ମାନେ ସରକାରୀ ଚୀନା ବାଦାମ ବିହନ ପାଇବାରୁ ବଞ୍ଚିତ ହୋଇ ଚଢ଼ା ଦର ରେ ବ୍ୟବସାୟୀ ମାନଙ୍କ ଠାରୁ କିଣି ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଭଳି  ଘଟଣାକୁ ନେଇ ବାଇଁସିରିଆ ପଞ୍ଚାୟତ ର ଶତାଧିକ ଚାଷୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।

ଏହି ପଞ୍ଚାୟତ ରେ ପ୍ରକୃତ ଚାଷୀ ଚିହ୍ନଟ କରି ଚୀନା ବାଦାମ ବିହନ ବଣ୍ଟନ କରାଯିବା ସହିତ ବିହନ ବଣ୍ଟନ ରେ ଅନିୟମିତତା କରିଥିବା କୃଷି ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଏହି ଆନ୍ଦୋଳନ କୁ ଆହୁରି ଜୋରଦାର କରାଯିବ ବୋଲି ଧାରଣା ରେ ବସିଥିବା ଚାଷୀ ମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *