ହ୍ୟାପି ମୁମେଣ୍ଟସ ର ଶ୍ରାବଣ ମହୋତ୍ସବ

ରାଉରକେଲା, ୦୮/୧୦/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )-ରାଉରକେଲା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହ୍ୟାପି ମୁମେଣ୍ଟସ ଇଣ୍ଡିଆ ପକ୍ଷରୁ ବଡ ଆଡମ୍ବର ରେ ଭଞ୍ଜ ଭବନ ଠାରେ ଶ୍ରାବଣ ମହୋତ୍ସବ ଆୟୋଜିତ କରାଯାଇଛି । ପ୍ରତିଷ୍ଠାତା ରାଜେନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଓ ରଶ୍ମିତା ପଣ୍ଡା ଙ୍କ ପ୍ରତ୍ୟକ୍ଷ ତଚ୍ଛ୍ୱାବଧାନରେ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ଅତିଥି ରୁପେ ଶିକ୍ଷାବିତ ନରେଶ ଆର୍ୟ୍ୟ, ଉମାକାନ୍ତ ପଣ୍ଡା, ସୁକାନ୍ତ ଖୁଣ୍ଟିଆ ଯୋଗ ଦେଇ କାର୍ୟ୍ୟକ୍ରମ କୁ ପ୍ରଶଂସା କରିଥିଲେ । ଶ୍ରାବଣ Sidd ଆଧାର କରି ଚିତ୍ରାଙ୍କନ ନାଚ ଗୀତ ମୋଡେଲିଙ୍ଗ ରାଇମ୍ସ ସହ ଶ୍ରାବଣ ଭିତ୍ତିକ କବିତା ଆସର ହୋଇଥିଲା । ସମସ୍ତ କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା । ସସ୍ମିତା ପ୍ରଧାନ,ଗ୍ରେସୀ ଡାଭିଡ, ଶରତ ପଣ୍ଡା, ତପସ୍ୱିନୀ,ପ୍ରତିଯୋଗିତାରେ ମୂଲ୍ୟାଙ୍କନ କରିଥିଲେ । ଜ୍ୟୋତିର୍ମୟ ଆଚାର୍ୟ୍ୟ, ସୁସ୍ମିତା ମହା ପାତ୍ର,ସସ୍ମିତା ପାତ୍ର,ମିନାକ୍ଷୀ ପାତ୍ର, ପିନାକୀ ବୋଷ,ଆନନ୍ଦ ସୁନା, ସତ୍ୟବାନ ସାହୁ,ଧନଞ୍ଜୟ ଚୌଧୁରୀ, ବାସନ୍ତୀ ହନୁମାନ,ମନୋଜ ପଟନାୟକ, ସୁଧା ପାଣ୍ଡେ,ଆକାଶ ମୁଣ୍ଡାରୀ, ଇ ଚୈତନ୍ୟ,ଇନ୍ଦିରା ପଣ୍ଡା, ଭାଗିରଥି ଶତପଥୀ,ସରୋଜ ମହାନ୍ତି ଙ୍କୁ ସର୍ବଶ୍ରେଷ୍ଠ ଗୁରୁ ସମ୍ମାନ ଦିଆଯାଇଥିଲା । ଦୀର୍ଘ ସାତ ବର୍ଷ ଧରି ଅନୁଷ୍ଠାନ ମାଧ୍ୟମରେ କାର୍ୟ୍ୟକ୍ରମ କରାହୋଇଛି । ରଶ୍ମିତା ପଣ୍ଡା, ଦିବାକର ଦାସ,ରଞ୍ଜନ ସାହୁ, ମାନସୀ ଘୋଷ, ଅଜୟ ନାୟକ ସହଯୋଗ କରିଥିଲେ ।  ହ୍ୟାପି ମୁମେଣ୍ଟସ ଇଣ୍ଡିଆ ପରିବାର ଆନନ୍ଦ ବାଣ୍ଟିବାର ପ୍ରୟାସ ଜାରି ରଖିଛି ।  ଶେଷରେ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *