ଭୁବନେଶ୍ୱର, ୨୭/୦୫/୨୦୨୪ (ଓଡ଼ିଶା ସମାଚାର)- ଭୁବନେଶ୍ୱର ଉପକଂଠ ବରମୁଣ୍ଡା ଅଞ୍ଚଳରେ ଏକ ସ୍କର୍ପିଓ ଗାଡ଼ି ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଗାଡ଼ିର କିଛି ଅଂଶ ଭାଙ୍ଗି ଯାଇଛି। ହେଲେ କେହି ମୃତ କିମ୍ବା ଆହତ ହୋଇନାହାନ୍ତି । ମିଳିଥିବା ସୂଚନା ରୁ ଜଣାପଡ଼ିଛି ଯେ ଗତକାଲି ବିଳମ୍ବିତ ରାତିରେ ୪ରୁ ୫ ଜଣ ଦୁର୍ବୃତ ଦୁଇଟି ବାଇକରେ ଆସି ବରମୁଣ୍ଡା ଅଞ୍ଚଳରେ ଥିବା ଏକ ସ୍କର୍ପିଓ ଉପରକୁ ବୋମାମାଡ଼ କରି ଚମ୍ପଟ ହୋଇ ଯାଇଥିବା ଜଣାଯାଇଛି। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଅନୁମାନ କରାଯାଉଛି ।
ରାଜଧାନୀରେ ବୋମା ମାଡ଼ , କେହି ମୃତାହତ ହୋଇନାହାନ୍ତି
