କଟକ ସଦର, ୦୬/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନାରେ ଗତ ଅଗଷ୍ଟ ୨୩ ତାରିଖ ରେ ଥାନା ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଵାର ମାତ୍ର ତିନିମାସ ପରେ ସୁମନ୍ତ କିସାନ ଙ୍କୁ (ଅନ୍ୟତ୍ର) ଝାରସୁଗୁଡ଼ା ଜିଲ୍ଲା କୁ ଵଦଳି କରାଯାଇଥିବା ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତି ରୁ ଜଣାପଡିଛି। ସେହିପରି ସୁମନ୍ତ କିସାନ ଙ୍କ ପୂର୍ବରୁ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ରଶ୍ମିରଞ୍ଜନ ଦାଶଙ୍କୁ କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ର ଗୋବିନ୍ଦପୁର ଥାନା କୁ ସେହି ତିନିମାସ ତଳେ ଵଦଳି କରାଯାଇଥିବା ବେଳେ ଏଵେ ତାଙ୍କୁ ଜଗତସିଂହପୁର ଜିଲ୍ଲାକୁ ଵଦଳି କରାଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ କିଶନନଗର ଥାନାରେ ସୁମନ୍ତ କିସାନ ଙ୍କର କାର୍ଯ୍ୟକ୍ରମ ସେମିତି ଭଲ ନଥିବା ନେଇ ସାଧାରଣରେ ଆଲୋଚନା ହେଉଥିଲା।
କାର୍ଯ୍ୟଭାର ଗ୍ରହଣ ର ମାତ୍ର ତିନିମାସ ପରେ ବଦଳିଲେ କିଶନନଗର ଥାନା ଅଧିକାରୀ ସୁମନ୍ତ କିସାନ
