ଭୁବନେଶ୍ୱର,୦୭/୧୧/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶାରେ ଅନୁଷ୍ଠିତ ହେଉଛି ୮୪ତମ ଇଣ୍ଡିଆନ ରୋଡ କଂଗ୍ରେସ (ଆଇଆରସି) ମହାକୁମ୍ଭ । ୧୯୩୪ ମସିହାରୁ ଆଇଆରସି ଗଠନ ହୋଇଥିବା ବେଳେ ଏଯାବତ୍ ଓଡ଼ିଶାରେ ଆଇଆରସିର ୫ଟି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି ଏବଂ ପୁଣିଥରେ ୬ଷ୍ଠ ଥର ପାଇଁ ଆୟୋଜନ କରିବାର ସୁଯୋଗ ପାଇଛି ଓଡ଼ିଶା । ଏହି ମହାକୁମ୍ଭକୁ ଉଦଘାଟନ କରି ସମ୍ବୋଧିତ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ । ୨୦୧୫ ପରେ ପୁଣି ଏକ ଦଶନ୍ଧି ବ୍ୟବଧାନରେ ଓଡ଼ିଶା ଆଇଆରସି ଆୟୋଜନ କରିବାକୁ ଯାଉଛି । ସଡ଼କ ଭିତିଭୂମିକୁ ନେଇ ବିଶେଷଜ୍ଞ ଓ ଯନ୍ତ୍ରୀଙ୍କ ମଧ୍ୟରେ ଜ୍ଞାନ ଆଦାନପ୍ରଦାନର ସେତୁ ପାଲଟିବ ଏହି ବୃହତ ସମ୍ମିଳନୀ । ଜନତା ମଇଦାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତିି ଓଡ଼ିଶାର ଆଇନ, ପୂର୍ତ, ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ । ସମଗ୍ର ଭାରତରେ ସଡ଼କ ଭିତିଭୂମିର ବିକାଶ ତଥା ଏ ନେଇ ନୀତି ନିର୍ଦ୍ଧାରଣ କରିବା ନିମନ୍ତେ ଆଇଆରସି ଭଳି ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି । ଏହି ସମ୍ମିଳନୀ ଇିନିୟର, ନୀତି ନିର୍ଦ୍ଧାରକ, ଗବେଷକ, ଶିଳ୍ପ ବୃତିିଗତ ଏବଂ ଶିକ୍ଷାବିତ୍ ଙ୍କ ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ । ସମ୍ମିଳନୀରେ ହେବାକୁ ଥିବା ଅଧିବେଶନଗୁଡ଼ିକର ବିଷୟବସ୍ତୁ ରହିଛି ରାଜରାସ୍ତା ପ୍ରଯୁକ୍ତି ବିଦ୍ୟା ଏବଂ ନୀତିରେ ପ୍ରମୁଖ ଉନ୍ନତି । ଆଇଆରସି ଦେଶର ସଡକ ଇିନିୟର ଏବଂ ଯୋଜନାକାରୀଙ୍କ ପାଇଁ ଏକ ବୃତିଗତ ସଂଗଠନ ଭାବେ କାର୍ଯ୍ୟ କରୁଛି । କେନ୍ଦ୍ର ଓ ରାଜ୍ୟ ସ୍ତରରେ ବିଭିନ୍ନ ସରକାରୀ ବିଭାଗ ଏଥିରେ ସଶ୍ଳିଷ୍ଟ । ଏନଏଚଏଆଇ, ଏମୟୁଡି, ବ୍ରୋ, ଏମଇଏସ୍,ଏନଆରଆଇଡିଏ, ଏନଏଚଆଇଡିଏସଏଲ୍, ଏମ୍ ଓ ଆରଡି ବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପବ୍ଲିକ ୱାର୍କସ ବିଭାଗ, ପବ୍ଲିକ ସେକ୍ଟର ଅଣ୍ଡରଟେକିଂ, ଆଇଆଇଟି, ଇିନିୟରିଂ କଲେଜ, ଗବେଷଣା ସଂଗଠନ, ଠିକାଦାର ସଂସ୍ଥା, ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସମଗ୍ର ଦେଶରେ ସଡ଼କ, ସେତୁ ଏବଂ ସୁଡଙ୍ଗ ନିର୍ମାଣର ଯୋଜନା, ଡିଜାଇନ୍, ପରିଚାଳନା ଓ ରକ୍ଷଣାବେକ୍ଷଣରେ ନୂତନ କୌଶଳକୁ ପ୍ରୋତ୍ସାହିତ କରିବା ଏହି ସଂଗଠନର ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆଇଆରସିର ସଭାପତି ଶ୍ରୀ ମନୋରଂଜନ ପରିଡ଼ା, ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ (ଆଇଏଏସ୍), ସ୍ଥାନୀୟ ସଂଚାଳକ ଇଂ ମାନସ ରନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆଇଆରସିର ଏହି ବାର୍ଷିକ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ତମତା, ଶ୍ରୀ ହର୍ଷ ମଲହୋତ୍ରା, ଓଡ଼ିଶାର ଆଇନ, ପୂର୍ତ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ମଧ୍ୟପ୍ରଦେଶର ପୂର୍ତ ମନ୍ତ୍ରୀ ରାକେଶ ସିଂହ ଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ କରିବେ । ଭାରତର ସଡ଼କ ଭିତିିଭୂମିକୁ ମଜଭୁତ ଓ ଉନ୍ନତ କରିବାକୁ ଯନ୍ତ୍ରୀ ଓ ବିଶେଷଜ୍ଞଙ୍କ ମଧ୍ୟରେ ମାନସମନ୍ଥନ ହେବ । ୩ ଦିନରେ ମୋଟ ୧୯ଟି ଅଧିବେଶନ ଅନୁଷ୍ଠିତ ହେବ । ୩୫୦୦ରୁ ଊଦ୍ଧ୍ୱର୍ ପ୍ରତିଭାଗୀ ଅଂଶଗ୍ରହଣ କରିବେ । ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ସଡ଼କ ଭିତିଭୂମି, ଉନ୍ନତୀକରଣ ଓ ନୂଆ ଜ୍ଞାନକୌଶଳ ସଂପର୍କରେ ଜ୍ଞାନର ଆଦାନପ୍ରଦାନ ହେବ । ସମଗ୍ର ଭାରତ ବର୍ଷରୁ ଆସିବେ ବିଶେଷଜ୍ଞ, ବୈଜ୍ଞାନିକ, ସଡ଼କ ଯନ୍ତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ସେମାନଙ୍କ ଜ୍ଞାନ ଓ ନୂତନ କୌଶଳ ଆଲୋଚନାକୁ ସମୃଦ୍ଧ କରିବ ।
ଏହି ଅବସରରେ ବୈଷୟିକ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ । ସଡ଼କ ନିର୍ମାଣ ସମ୍ବନ୍ଧରେ ପ୍ରୟୋଗ ହେଉଥିବା ଏବଂ ହୋଇଥିବା ବିଭିନ୍ନ ଜ୍ଞାନ କୌଶଳକୁ ଅବଲୋକନ କରିବେ ପ୍ରତିଭାଗୀବୃନ୍ଦ । ଉଦଘାଟନୀ ସମାରୋହ ପରେ ଆଇଆରସିର ୨୩୫ତମ କାଉନସିଲ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଆଇଆଇଟି, ଏନଆଇଟି, ଇଂଜିନିୟରିଂ ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ନେଇ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ । ବୈଜ୍ଞାନିକ ଏବଂ ରିସର୍ଚ୍ଚ ଓ ଡେଭଲପମେଂଟ ସଂଗଠନର ଅଧିକାରୀଙ୍କୁ ନେଇ ଏକ ଅଧିବେଶନ ଅନୁଷ୍ଠିତ ହେବ । ଠିକାଦାର, ପରାମର୍ଶଦାତା ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଅନ୍ୟ ଗୋଟିଏ ବୈଷୟିକ ଅଧିବେଶନ ଆୟୋଜିତ ହେବ । ୮ତାରିଖରେ ରାଜପଥ ଗବେଷଣା ପରିଷଦର ୮୫ତମ ବୈଠକ ଅନୁଷ୍ଠିତ ହେବ । ଅନ୍ତର୍ଜାତୀୟ ସଂଗଠନ ଏବଂ ବହୁପାକ୍ଷିକ ଏଜେନ୍ସିକୁ ନେଇ ଅଧିବେଶନ କରାଯିବ । ଆଉ ଏକ ଅଧିବେଶନରେ ସଡ଼କ ନିର୍ମାଣରେ ବ୍ୟବହୃତ ସୃଜନ ଜ୍ଞାନ, ସ୍ଥାୟୀ ଏବଂ ସୁହାଇବା ଭଳି ମୂଲ୍ୟରେ ସଡ଼କ ନିର୍ମାଣ ଏବଂ ଏ ସମ୍ବନ୍ଧୀୟ ସଫଳ କାହାଣୀମାନ ଉପସ୍ଥାପିତ ହେବ । ରୋଡ୍ ଟନେଲ ପ୍ରସ୍ତୁତି ଏବଂ ରାଜଥରେ ଅଣ୍ଡରଗ୍ରାଉଣ୍ଡ ନିର୍ମାଣ କୌଶଳ ସଂପର୍କରେ ଏକ ଅଧିବେଶନ ଅନୁଷ୍ଠିତ ହେବ ।
