୧୯୯୧ ମସିହା ମାଟ୍ରିକ ବ୍ୟାଚ ର ନୂତନ କର୍ମକର୍ତ୍ତା

                                         ସନ୍ତୋଷ ସାହୁ ସଭାପତି, ସୁଶାନ୍ତ ପୋଥାଳ ସମ୍ପାଦକ

ଭୁବନ, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)- ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୧ ମସିହା ମାଟ୍ରିକ ଵ୍ୟାଚ ର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ୧୯୯୧ ବ୍ୟାଚ୍ ର ସାଥୀ ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଆହ୍ବାନ କ୍ରମେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସର୍ବ ସମ୍ମତ କ୍ରମେ ସନ୍ତୋଷ କୁମାର ସାହୁ ସଭାପତି,ସୁଶାନ୍ତ କୁମାର ପୋଥାଳ ସମ୍ପାଦକ,ଦେବେନ୍ଦ୍ର ସାହୁ କୋଷାଧ୍ୟକ୍ଷ,ମନୋଜ କୁମାର ପୋଥାଳ ଉପ ସଭାପତି,ଶୁଭକାନ୍ତ ବର୍ଦ୍ଧନ ସହ ସମ୍ପାଦକ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କୃପାସିନ୍ଧୁ ବେହେରା,କ୍ଷୀରୋଦ କୁମାର ପୃଷ୍ଟି, ସମୀର କୁମାର ସାହୁ, ଦିଲ୍ଲୀପ ରାଉତ,  ରବି ନାରାୟଣ ବେହେରା, ମନ ମୋହନ ସେନ, ଟୁନାକର ସାହୁ,ଗୌତମ ପଟ୍ଟନାୟକ,ପବିତ୍ର ସାହୁ ,ଦୟାନିଧି ବେହେରା ଏବଂ ଉପଦେଷ୍ଟା ଭାବେ ନଗର ପାଳ ଶୁଭେନ୍ଦୁ କୁମାର ସାହୁ,ଗାଁଦିଆ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ ସିଂ ଙ୍କୁ ଚୟନ କରାଯାଇଥିଲା । ଆସନ୍ତା ୨୧ ତାରିଖ ରବିବାର ଦିନ ଭୁବନ ର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱର ଙ୍କ ପୀଠରେ ସପରିବାର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏବଂ ମାର୍ବଲ ସ୍ଥାପନ କରାଯିବ ବୋଲି ସୂଚନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *