ହମିରପୁର ଅଞ୍ଚଳରେ ବିଜେପି ର ସଦସ୍ୟତା ଅଭିଯାନ

ରାଉରକେଲା,୦୭/୧୦/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )- ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରର ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟତ-୧୯ ଅନ୍ତର୍ଗତ ହମିରପୁର ଠାରେ ଥିବା ଧୋବି ବସ୍ତିରେ ବିଜେପି ପକ୍ଷରୁ ଆଜି ସଦସ୍ୟତା ସଂଗ୍ରହ ଅଭିଯାନ କରାଯାଇଥିଲା । ବିଜେପି ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ହୋଇଥିଵା ଏହି ସଦସ୍ୟତା ସଂଗ୍ରହ ଅଭିଯାନରେ ମାନ୍ୟବର ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ଉପସ୍ଥିତ ରହି ସଦସ୍ୟତା ସଂଗ୍ରହ ଅଭିଯାନ ରେ ଭାଗ ନେଇ ଲୋକଙ୍କୁ ବିଜେପି ସଂଙ୍ଗଠନ ସମ୍ବନ୍ଧରେ ବୁଝାଇଥିଲେ । ଏହି ଅଭିଯାନରେ ବହୁସଂଖ୍ୟାରେ ବସ୍ତିବାସି ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

Leave a Reply

Your email address will not be published. Required fields are marked *