ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ହେଲେ ବିଶ୍ୱଭୂଷଣ

କେନ୍ଦ୍ରାପଡ଼ା, ୨୦/୯/୨୦୨୪ (ଓଡ଼ିଶା ସମାଚାର)- ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଭାବେ କେନ୍ଦ୍ରାପଡା ମାଟିର ପୁଅ ବିଶ୍ୱରଞ୍ଜନ ମହାପାତ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଜାତୀୟ ଛାତ୍ର କଂଗ୍ରେସର ସଭାପତି ବରୁନ୍ ଚୌଧୁରୀ ବିଶ୍ୱରଞ୍ଜନଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଦେଶରେ ଛାତ୍ର ସଂଗଠନକୁ ସୁଦୃଢ କରିବା ପାଇଁ ଶ୍ରୀ ମହାପାତ୍ରଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଶ୍ରୀ ମହାପାତ୍ର ହେଉଛନ୍ତି ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ବିଧୁଭୂଷଣ ମହାପାତ୍ରଙ୍କ ସୁପୁତ୍ର । ବିଶ୍ୱଭୂଷଣ ଦୀର୍ଘଦିନ ହେବ କଂଗ୍ରେସର ଛାତ୍ର ରାଜନୀତିରେ ସକ୍ରୀୟ ଥିଲେ । ଏହି ନିଯୁକ୍ତି ନେଇ ବିଶ୍ୱଭୂଷଣଙ୍କୁ ବିଭିନ୍ନ ସ୍ଥାନରୁ ଶୁଭେଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *