କେନ୍ଦ୍ରାପଡ଼ା,୨୨/୦୪/୨୦୨୬ (ଓଡ଼ିଶା ସମାଚାର)- ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କୁ ଓଡିଶା ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ପରାମର୍ଶଦାତା କମିଟିର ସଦସ୍ୟା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ନିଖିଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ରାଜେନ୍ଦ୍ର ପାଲ ଗୌତମ ଏହି ନିଯୁକ୍ତି ଦେଇଥିବା ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ଏକପତ୍ର ମାଧ୍ୟମରେ ଜଣାଇଛନ୍ତି ।
ପ୍ରଦେଶ କଂଗ୍ରେସ କମିଟିରେ ଜାତୀୟ କଂଗ୍ରେସର ସାଂଗଠନିକ ଦକ୍ଷତା ବୃଦ୍ଧି, ରାଜନୈତିକ ପରାମର୍ଶ, ଦଳର ଆଭିମୁଖ୍ୟ, ବିଭିନ୍ନ କାର୍ଯ୍ୟକ୍ରମ ଓ ସାଂଗଠନିକ ପ୍ରତିବଦ୍ଧତାକୁ ଅଗ୍ରାଧିକାର ପ୍ରଦାନ କରାଯାଇ ଏହି ନିଯୁକ୍ତି ଦିଆଯାଇଥିବା କୁହାଯାଇଛି । ଏହି ନିଯୁକ୍ତି ନିମନ୍ତେ ପୂର୍ବତନ ବିଧାୟିକା ଡ. ମଲ୍ଲିକ ନିଖିଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ରାଜେନ୍ଦ୍ର ପାଲ ଗୌତମଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ଏଥିପାଇଁ ଡ. ମଲ୍ଲିକଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।
