ଓୟୁଟିଆର ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ଶେଷ

ଆସନ୍ତାକାଲି ବିଶ୍ୱବିଦ୍ୟାଳୟ ପାଳନ କରିବ ତୃତୀୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୦୭/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵବିଦ୍ୟାଳୟ (ଓୟୁଟିଆର୍) ଆସନ୍ତାକାଲି ଏହାର ତୃତୀୟ ପ୍ରତିଷ୍ଠା ଦିବସ ପାଳନ କରିବ । ଏହି ପରିପ୍ରେକ୍ଷୀରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଏହି ଅବସରରେ କୃତୀ ଅଧ୍ୟ।ପକ, ଅଣଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯିବ । ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ବବିଦ୍ୟାଳୟ ତିନି ବର୍ଷ ମଧ୍ୟରେ ଭିତ୍ତିଭୂମି ସୁଦୃଢ କରିବା ସହ ଗବେଷଣାକୁ ପ୍ରାଥମିକତା ଦେଇଛି । ସୂଚନା ଅନୁଯାୟୀ ଓୟୁଟିଆର୍ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି) ମହାବିଦ୍ୟାଳୟ ଭାବେ ୧୯୮୧ରେ ପ୍ରତିଷ୍ଠା ହୋଇଥିଲା । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି) ଅଧୀନରେ ଥିବା ଏହି ଶିକ୍ଷାନୁଷ୍ଠାନ ୨୦୦୨ରେ ବିପିୟୁଟି ଅଧୀନକୁ ଆସିଥିଲା । ୨୦୧୭ରେ ଶିକ୍ଷାନୁଷ୍ଠାନକୁ ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ମିଳିଥିଲା । ୨୦୨୧ ଜୁଲାଇ ୧୭ରେ ଏହାକୁ ଏକକ ବିଶ୍ଵବିଦ୍ୟାଳୟ ପାଇଁ ଘୋଷଣା କରାଯାଇଥିଲା ଓ  ୨୦୨୧ ଅକ୍ଟୋବର ୮ ରେ ଶିକ୍ଷାନୁଷ୍ଠାନକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିଥିଲା।

Leave a Reply

Your email address will not be published. Required fields are marked *