ଶିଶୁକଲ୍ୟାଣ ପରିଷଦ ର ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଯାଜପୁର ,୧୧/୧୨/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର): ଓଡିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ରେ  ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।  ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୪୦ ଜଣ ଛାତ୍ରଛାତ୍ରୀ ଉକ୍ତ ପ୍ରତିଯୋଗିତାରେ ଭାଗନେଇଥିଲେ ।  ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ସଭାପତିତ୍ୱ ରେ  ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସାହିତ୍ୟିକ ଦାମୋଦର ବେହେରା ଓ ସମ୍ମାନନୀୟ ଅତିଥି ରେକ୍ସନା ଜେନା ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ଲୁକ୍କାୟିତ ପ୍ରତିଭା ର ବିକାଶ କ୍ଷେତ୍ରରେ ଚିତ୍ରାଙ୍କନ ର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ କହିଥିଲେକି ପ୍ରତିବର୍ଷ  ଓଡିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ଛାତ୍ରଛାତ୍ରୀ ମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରି ଆସୁଛି ଯାହାକି ପ୍ରଶଂସନୀୟ । ଚିତ୍ରାଙ୍କନ ପ୍ରତିଯୋଗିତା ପିଲାମାନଙ୍କୁ ଆନନ୍ଦ ଦିଏ ଓ ଭବିଷ୍ୟତ ପାଇଁ ଅନୁପ୍ରେରିତ କରେ , ଚିତ୍ରାଙ୍କନ ପ୍ରତି ରୁଚି ରଖୁଥିବା ଥିବା ପିଲାମାନଙ୍କ ପାଇଁ ସେମାନଙ୍କ ଅଭିଭାବକ ବିଶେଷ ଯତ୍ନବାନ ହେବା ଜରୁରୀ। ଚିତ୍ର ଆଙ୍କିବା ଏକ ସ୍ୱତନ୍ତ୍ର କଳା ,ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ  ଏହିଦିଗରେ ପ୍ରତିବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ଶେଷରେ ବିଭିନ୍ନ ବର୍ଗରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ମୁଖ୍ୟ ଅତିଥି  ଓ ସମ୍ମାନନୀୟ ଅତିଥି  ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ସୁରକ୍ଷା ବିଭାଗ ର କାଳୀପ୍ରସାଦ ସାହୁ ଓ ବିଶ୍ଵନାଥ ଦାସ, ଶିକ୍ଷକ ସୌଭାଗ୍ୟ ନାୟକ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *