Breaking News : ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଆହତ

ପୁରୀ, ୧୧/୧୨/୨୦୨୩ (ଓଡ଼ିଶା ସମାଚାର)- ପୁରୀ ଗିରଳ ଜଙ୍ଗଲରେ ପୋଲିସର ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଆହତ ହୋଇଛି ।ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବାରିକ ଓରଫ (ସନ୍ତୁ)କୁ ପୁଲିସ ଏନକାଉଣ୍ଟର କରିଛି । ଗିରଳ ଜଙ୍ଗଲରେ ଅପରାଧୀ ସନ୍ତୁ ବାରିକ ଲୁଚିଥିଲା । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଲିସ ଗିରଳ ଜଙ୍ଗଲରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସନ୍ତୁ ଖସିଯିବାକୁ ଉଦ୍ୟମ କରିଥିଲା । ପରେ ପୁଲିସ ସହ ଗୁଳି ବିନିମୟ ବେଳେ ଅପରାଧୀ ସନ୍ତୁ ବାରିକର ଗୋଡ଼ରେ ଗୁଳି ବାଜିଥିଲା । ଆହତ ସନ୍ତୁକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛିଦିନ ତଳେ ସନ୍ତୁ ଜଣେ ମହିଳାଙ୍କୁ ଗୁଳି କରି ଫେରାର ଥିଲା । ସନ୍ତୁ ନାଁରେ ବିଭିନ୍ନ ଥାନାରେ ଅକାଧିକ ମାମଲା ରହିଛି । ଏ ନେଇ ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସପି ।

Leave a Reply

Your email address will not be published. Required fields are marked *