ପରମହଂସ କୋଚିଲେଇ ମନ୍ଦିରରେ ‘ତସ୍ମୈ ଶ୍ରୀ ଗୁରୁଵେ ନମଃ’ କାର୍ଯ୍ୟକ୍ରମ 

କଟକ ସଦର,୨୯/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଅବସ୍ଥିତ ମା’ କୋଚିଲେଇ ମନ୍ଦିର ପ୍ରାଙ୍ଗଣରେ ଥିବା ସଦଗୁରୁ ସିରିଡ଼ି ସାଇ ମନ୍ଦିର ରେ ଆଜି ବୁଧବାର ଗୁରୁ ପୂର୍ଣ୍ଣିମା ଦିନ ‘ତସ୍ମୈ ଶ୍ରୀ ଗୁରୁଵେ ନମଃ’କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକ ଜିଲ୍ଲା ବିଜୁ ଜନତା ଦଳ ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ସମେତ ଦଳମତ ନିର୍ବିଶେଷରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ, ମହମ୍ମଦ ସକିଲ୍, ପ୍ରଶାନ୍ତ ନାୟକ, ପୁଷ୍ପରାଜ ପ୍ରଧାନ, ହୃଷିକେଶ ଜେନା, ସୂଦର୍ଶନ ଜେନା, ପ୍ରକାଶ ସିଂହ, ସୁମନ୍ତ ପଣ୍ଡା,ସମର ବେହେରା, ରଜନୀକାନ୍ତ ସାହୁ, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ନୀଳମାଧବ ଖୁଣ୍ଟିଆ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ବାବାଙ୍କ ଠାରୁ ଆଶ୍ରିର୍ଵାଦ ଭିକ୍ଷା କରିଥିଲେ।

ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଅଖଣ୍ଡ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ କଟକ ସଦର ବିକାଶ ମଞ୍ଚ ସଭାପତି ସାଇ ଆଶ୍ରିତ ସୁବୋଧ ବେହେରା, ହୃଷିକେଶ ରଣା, କିଶୋର ହରି ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *