ବାଚସ୍ପତିଙ୍କୁ ଭେଟିଲେ କର୍ଣ୍ଣାଟକ ବିଧାନ ପରିଷଦର ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର, ୦୪/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କର୍ଣ୍ଣାଟକ ବିଧାନ ପରିଷଦର ଉପାଧ୍ୟକ୍ଷ ଶ୍ରୀ ଏମ୍‌.କେ. ପ୍ରନେଶ୍‌ଙ୍କ ନେତୃତ୍ୱରେ ଓଡ଼ିଶା ଗସ୍ତରେ ଆସିଥିବା ପିଟିସନ୍‌ କମିଟି ଓ ହାଉସ୍‌ କମିଟିର ପ୍ରତିନିଧି ମଣ୍ଡଳୀ ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଭେଟି ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ ।

ବାଚସ୍ପତି ଏହି ପ୍ରତିନିଧି ମଣ୍ଡଳୀର ସଦସ୍ୟମାନଙ୍କୁ ରାଜ୍ୟ ବିଧାନସଭାର କାର୍ଯ୍ୟଧାରା ସଂପର୍କରେ ବିଶଦ ଭାବେ ଅବଗତ କରାଇଥିଲେ । ଏହି ଅବସରରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ଏହି ପ୍ରତିନିଧି ମଣ୍ଡଳୀ ପୁରୀ ଓ କୋଣାର୍କ ସହ ଭୁବନେଶ୍ୱର ଆଖପାଖର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲି ଦେଖିଥିଲେ ଓ ଓଡ଼ିଶାର ଆତିଥେୟତାକୁ ଭୂୟସୀ ପ୍ରଶଂସା କରିଥିଲେ ।

-0-

ବିଭୂତି ନାୟକ, ସୂଚନା ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *