କଟକ ସଦର ,୦୪/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନ୍ୟସ୍ତସ୍ୱ।ର୍ଥ ଚକ୍ରାନ୍ତକାରୀ ମାନଙ୍କ ଉଦ୍ୟମକୁ ପଣ୍ଡ କରି ସରକାରୀ ଅନୁମତି ଓ ନୀତିନିୟମ କୁ ନେଇ କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ଥାନା ପଡିଆରେ ଆଠଦିନ ହେଲା ଚାଲିଥିବା ଗ୍ରାମୀଣ ସୁପର ମୀନା ଵଜାର ଆଜି ଶୁକ୍ରବାର ରାତିରେ ଖଚାଖଚ ଭିଡ ମଧ୍ୟରେ ଉଦଯାପିତ ହୋଇଛି। ପ୍ରତ୍ୟେକ ଦିନ ରାତିରେ ପ୍ରଵଳ ଜନସମାଗମ ହୋଇଥିବା ବେଳେ ବ୍ୟବସାୟୀ ମାନଙ୍କର ଭଲ କାରବାର ହୋଇଥିବା ଜଣାପଡିଛି। ଚଳିତବର୍ଷ ମୀନା ଵଜାର ର ଆଶାଜନକ ସଫଳତା କୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ଆହୁରି ଉନ୍ନତ ଧରଣର ମୀନା ଵଜାର କରାଇବେ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।
ଵାଦ ବିବାଦର ପରିସମାପ୍ତି: ଖଚାଖଚ ଭିଡ ମଧ୍ୟରେ ଉଦଯାପିତ ହେଲା ପ୍ରହରାଜପୁର ଗ୍ରାମୀଣ ସୁପର ମୀନା ଵଜାର
