ଭୁବନେଶ୍ୱର,୨୮/୧୧/୨୦୨୪ (ଓଡ଼ିଶା ସମାଚାର)- ବାଲେଶ୍ୱର ଜିଲା ସୋରର ପୂର୍ବତନ ବିଧାୟକ, ବିଶିଷ୍ଟ କମୁ୍ୟନିଷ୍ଟ ନେତା ସ୍ୱର୍ଗତ ପିତାମ୍ବର ପଣ୍ଡାଙ୍କ ଧର୍ମପତ୍ନୀ ସୁଶ୍ରୀ ପଣ୍ଡାଙ୍କର ଗତକାଲି ପୂର୍ବାହ୍ନ ୯ ଘଂଟା ସମୟରେ ୭୫ ବର୍ଷ ବୟସରେ ଭୁବନେଶ୍ୱରଠାରେ, ଆକସ୍ମିକ ହୃଦ୍ୟନ୍ତ୍ର କ୍ରିୟା ବନ୍ଦ ହେବା ଯୋଗୁ ଦେହତ୍ୟାଗ କରିଛନ୍ତି । ଗତକାଲି ସ୍ୱର୍ଗତ ପଣ୍ଡାଙ୍କ ଭାଇ କର୍ମଚାରୀ ନେତା ପ୍ରଫୁଲ୍ଲ ପଣ୍ଡା ଓ ଡାକ୍ତର ସୁମନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସ୍ୱର୍ଗଦ୍ୱାରଠାରେ ଜ୍ୟେଷ୍ଠପୁତ୍ର ସଞ୍ଜୟ ପଣ୍ଡା ମୁଖାଗ୍ନି ଦେଇ ସଂସ୍କାର କାର୍ଯ୍ୟ ସମାପନ କରିଥିଲେ ।
ସ୍ୱର୍ଗତ ପିତାମ୍ବର ପଣ୍ଡାଙ୍କର ଏକମାତ୍ର ପୁତ୍ର ସହ ୫ ଝିଅ ସଙ୍ଗୀତା, ସରିତା, ସସ୍ମିତା, ଶ୍ୱେତପଦ୍ମା, ଶ୍ୱେତଲୀନା ଓ ଭଣଜା ସୁଶାନ୍ତ ପଣ୍ଡା, ସୁବ୍ରତ ପଣ୍ଡା, ସୁକାନ୍ତ ପଣ୍ଡା, ସୁମନ୍ତ ପଣ୍ଡା ସ୍ୱର୍ଗଦ୍ୱାରଠାରେ ଉପସ୍ଥିତ ଥିଲେ । ସ୍ୱର୍ଗତ ସୁଶ୍ରୀ ପଣ୍ଡାଙ୍କ ବିୟୋଗରେ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ଜେନା, କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, କମୁ୍ୟନିଷ୍ଟ ନେତା ବୈଲୋଚନ ଜେନା ଓ ସ୍ୱର୍ଗତା ପଣ୍ଡାଙ୍କ ଭାଣିଜୀ ଶ୍ରୀମତୀ ବିୟୋତ ପ୍ରଜ୍ଞା, ବିଜ୍ଞାନ ପ୍ରଜ୍ଞା, ବିମୋଚ ପ୍ରଜ୍ଞା ତି୍ରପାଠୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତା ପଣ୍ଡା ୧୯୪୯ ମସିହାରେ ସୋର ବ୍ଲକର କୁଡ଼େଇ ଗ୍ରାମରେ ଏକ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ପୂର୍ବତନ ବିଧାୟକ ପିତାମ୍ବର ପଣ୍ଡାଙ୍କ ପତ୍ନୀ ବିୟୋଗ
