ଜଗତସିଂହପୁର ୦୪/୧୦/୨୦୨୪ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶିଷ୍ଟ ଗାନ୍ଧିବାଦୀ, ସ୍ଵାଧୀନତା ସଂଗ୍ରାମୀ ସରଳା ଦେବୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ର ଯୋଗଧାରୀ ସ୍ଥିତ ସରଳା ଦେବୀ କଲ୍ୟାଣ ମଣ୍ଡପ ପରିସର ରେ ଥିବା ସେହି ମହାନ ସ୍ୱାଧୀନତା ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ (ଭା. ପ୍ର. ସେ.)ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମା ସରଳା ଦେବୀ ୧୯୦୪ ମସିହା ଅଗଷ୍ଟ ମାସ ୯ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ଓ୧୯୮୬ମସିହା ଅକ୍ଟୋବର ମାସ ୪ ତାରିଖ ରେ ଇହଲୀଳା ସମ୍ବରଣ କରିଥିଲେ। ସେ ଏକାଧାରରେ ଜଣେ ସମାଜ ସେବୀ, ନାରୀନେତ୍ରୀ , ଲେଖିକା ତଥା ସ୍ଵାଧୀନତା ସଂଗ୍ରାମୀ ଥିଲେ। ଆଜି ଏହି ପବିତ୍ର ତିଥି ରେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ,ନିର୍ବାହୀ ଅଧିକାରୀ ସୀମା ଜେନା, ଦୀପକ ପଟ୍ଟନାୟକ , ପ୍ରମୁଖ ଉପସ୍ଥିତ ରହି ସେହି ମହାନ ଆତ୍ମା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।