କଟକ ସଦରର ପୂର୍ବତନ ବିଧାୟକ ସ୍ୱର୍ଗତ କାଳିନ୍ଦୀ ବେହେରାଙ୍କ ଜୟନ୍ତୀ ପାଳନ 

କଟକ ସଦର , ୦୪/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ସହଯୋଗୀ  ଅଧ୍ୟାପକ ପ୍ରଫେସର କାଳିନ୍ଦୀ ବେହେରାଙ୍କ ୮୪ ତମ ଜନ୍ମ ଜୟନ୍ତୀ ଆଜି ଶୁକ୍ରବାର ଦିନ ନିମେଇସାପୁର ପଞ୍ଚାୟତରେ ପାଳନ କରାଯାଇଛି। ଏଥିରେ କଟକ ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ସମର ବେହେରା, ସଦର ବ୍ଲକ ଆତ୍ମା ର ପୂର୍ବତନ ସଭାପତି ରଜନୀକାନ୍ତ ସାହୁ, ସରପଂଚ ଙ୍କ ପ୍ରତିନିଧି ଉମାକାନ୍ତ ରାଉତରାୟ, ପୂର୍ବତନ ସରପଂଚ ତ୍ରିଲୋଚନ ସ୍ବାଇଁ, ପୂର୍ବତନ ସମିତି ସଭ୍ୟ ତାପସ ମହନ୍ତ, ପ୍ରଦୀପ ପଣ୍ଡା, ସଂଜୟ ମହାନ୍ତି, ରମାକାନ୍ତ ରାଉତରାୟ, ପ୍ରଭାତ ପତି, ଆଶିଷ ପତି, ଭାସ୍କର ହାଣ୍ଡି, ହିମାଂଶୁ ଦାସ ପ୍ରମୁଖ ବହୁ କାଳିନ୍ଦୀ ପ୍ରେମୀ ଯୋଗ ଦେଇ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଧାସୁମନ ଅର୍ପଣ କରିବା ସହିତ ତାଙ୍କର ଗୁଣାଵଳୀ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *