ପ୍ୟାନେଲ୍ ଓକିଲ ମାନଙ୍କ ପାଇ ଏକ ତାଲିମ କର୍ମଶାଳା

ଜଗତସିଂହପୁର ୧୪/୦୮/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅଦାଲତ ସଭା ଗୃହରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ୟାନେଲ୍ ଓକିଲ ମାନଙ୍କ ପାଇ ଏକ ତାଲିମ କର୍ମଶାଳା ଆୟୋଜନ କରାଯାଇଥିଲା ତାହାସହିତ ସୁଭାସ ଏକ କୁତ୍ରିମ ବୁଦ୍ଧିମତ୍ତା ବା ଏଆଇ ସଫ୍ଟୱୟାର ବ୍ୟବହାର କରି ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ କରିବା  ଏବଂ ଓଡ଼ିଶା ହାଇକୋର୍ଟଙ୍କର ଭିଡିଓ କନଫରେନ୍ସିଂ ଫର୍ କୋର୍ଟସ୍ ନିୟମ, ୨୦୨୦ ଏବଂ ସେମାନଙ୍କ ପାଇଁ ଉପଲବ୍ଧ ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସୁବିଧା ଉପରେ ସଚେତନତା କାର୍ଯ୍ୟକ୍ରମ, ଯେଉଁଥିରେ ସିଭିଲ୍ ପ୍ରୋସିଡିଅର ଏଡିଆର ନିୟମ, ୨୦୦୭  ଏବଂ ସିଭିଲ୍ ପ୍ରୋସିଡିଅର ମଧ୍ୟସ୍ଥତା ନିୟମ, ୨୦୦୭ ଅନ୍ତର୍ଭୁକ୍ତ ଥିଲା। ଆଇନ ସେବା ପ୍ରାଧିକରଣର ସଚିବ ବି ଡି ଡି  ଚନ୍ଦନା ଅତିଥି ପରିଚୟ ପ୍ରଦାନ କରିବା ସହିତ ସଚେତନତା କାର୍ଯକ୍ରମ ବିଷୟରେ ସମ୍ୟକ ଧାରଣା ଦେଇଥିଲେ ।

ଏଡିଜେ ଶ୍ରୀ ବିଭୂ ପ୍ରସାଦ ପଣ୍ଡା ଏଡିଆର ନିୟମ, ୨୦୦୭ ଉପରେ ଆଲୋଚନା କରିବା ସହିତ ମଧ୍ୟସ୍ଥତାର ବିଭିନ୍ନ ଉପକାର ବିଷୟରେ ଅବଗତ କରାଇଥିଲେ ଓ ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ଶ୍ରୀ ରାକେଶ କୁମାର ମୁଦୁଲି ମଧ୍ୟସ୍ଥତା ଓ କନ୍ସିଲେସନ ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ବୁଝାଇ ଥିଲେ। ଦେୱାନୀ ଅଦାଲତର ବିଚାରପତି ଶ୍ରୀ ସଙ୍କେତ ସାମଲ ଓଡ଼ିଶା ହାଇକୋର୍ଟଙ୍କର ଭିଡିଓ କନଫରେନ୍ସିଂ ବିଷୟରେ ଅବଗତ କରାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଆଡହକ ଏଡିଜେ  ଶ୍ରୀ ଏସ. କେ. ଏ ଜେଡ ଅହମଦ, ପରିବାର ଅଦାଲତ ବିଚାରପତି  ଶ୍ରୀମତୀ ରଶ୍ମିତା ଦଳାଇ,  ଏଡିଜେ ପୋକସୋ ଅଦାଲତ ଶ୍ରୀମତୀ ଗାର୍ଗି  ପଟ୍ଟନାୟକ,ମହିଳା ଅଦାଲତ ବିଚାରପତି ଶ୍ରୀମତୀ ପ୍ରଜ୍ଞାପରମିତା ମହାପାତ୍ର, ସିଜେଏମ  ଶ୍ରୀ ନରୋତ୍ତମ ସେଠୀ, ଏସଡିଜେଏମ ଶ୍ରୀ ପ୍ରତ୍ୟୁଷ ଚାନ୍ଦ, ଜେଏମଏଫସି ଶ୍ରୀ ଅଙ୍କିତ ଦେବଗନ ଓ ଜେଏମଏସସି  ଶ୍ରୀୟଙ୍କା ଦାଶ ଆଦି ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରଧୀକରଣର ସଚିବ ଧନ୍ୟବାଦ ପ୍ରଦାନ କରି ସଭାକାର୍ଯ୍ୟ ଶେଷ କରାଯାଇଥିଲା ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *