ଭୁବନରେ ରଥ କାଠ ଅନୁକୂଳ

ଭୁବନ ୨୦/୦୪/୨୦୨୬ (ଓଡ଼ିଶା ସମାଚାର)-ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନ ତୃତୀୟା ଜୀୟୁ ଜଗନ୍ନାଥ ଙ୍କ ରଥ କାଠ ଅନୁକୂଳ କରାଯାଇଛି । ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ତୁଷାରକାନ୍ତ ମିଶ୍ର ମନ୍ତ୍ର ଉଚ୍ଚାରଣ ଓ ପୂଜାର୍ଚ୍ଚନା କରି ରଥ ନିର୍ମାଣ ସକାଶେ ରଥ କାଠ ଅନୁକୂଳ କରିଥିଲେ । ଜୟ ଜଗନ୍ନାଥ ଧ୍ବନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଶୁଭେନ୍ଦୁ କୁମାର ସାହୁ, ଆଦ୍ୟ ସେବକ ରାମଚନ୍ଦ୍ର ରାଉତ , ଟ୍ରଷ୍ଟ ସଭ୍ୟ ନିରଞ୍ଜନ ଗୁରୁ,କାଳନ୍ଦି ସାହୁ ଙ୍କ ସମେତ ରଥ ନିର୍ମାତା (ମହାରଣା) ଓ ବହୁ ଜଗନ୍ନାଥ ପ୍ରେମୀ ଭକ୍ତ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *