ପାଟୁଆ ଯାତ୍ରା ଓ ଝାମୁ ଯାତ୍ରା ସମାରୋହ ଉଦଯାପିତ 

ନିଶ୍ଚିନ୍ତକୋଇଲି, ୧୭/୦୪/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )- କଳମିଶ୍ରିପଞ୍ଚାୟତର ଲେଣ୍ଡୁରା ଭଗବାନପୁରର ପ୍ରସିଦ୍ଧ ଅନନ୍ତେଶ୍ୱରଙ୍କ ପୀଠ ଓ ଜନାର୍ଦ୍ଦନପୁର ଦଶଭୁଜା ଙ୍କ ପୀଠ ରେ ପାଟୁଆ ଯାତ୍ରା ଓ ଝାମୁ ଯାତ୍ରା ସମାରୋହ ଅନୁଷ୍ଠିତ ହୋଇଯାଇଛି ।  ବେତ ପାଟୁଆ, କଣ୍ଟା ପାଟୁଆ, ଅଗ୍ନି ପାଟୁଆ, ଖଣ୍ଡା ପାଟୁଆ,ସିଡ଼ି ପାଟୁଆ ଆଦି ଙ୍କ ପ୍ରଦର୍ଶନ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ଓ ଜନସାଧାରଣ ଙ୍କ ସମାଗମ ଅନୁଷ୍ଠିତ ହୋଇଥିଲା ।  ଏହି ଉପଲକ୍ଷେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା ।  ଜନସମାଗମ ଦୃଷ୍ଟିରୁ ଯାତ୍ରା ରେ ବିଭିନ୍ନ ଉଠା ଦୋକାନମାନ ପଡିଥିଲା |ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁ ପଣା ସର୍ବତ ଆଦି ର ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *