ଖାଦ୍ୟ ମେଳା ଓ ସଚେତନତା କାର୍ଯକ୍ରମ

ବାଲିପାଟଣା,୩୦/୧୧/୨୦୨୪ (ଓଡ଼ିଶା ସମାଚାର)- ପାରମ୍ପରିକ ଓଡ଼ିଆ ଖାଦ୍ୟ କୁ ପ୍ରୋତ୍ସାହନ ଦେବାର ଲକ୍ଷ ନେଇ ବାଲିପାଟଣା ବ୍ଲକ ବସନ୍ତମାଳ ସ୍ଥିତ ଆରଆଇଇଟି ଇଣ୍ଟରନାସନାଲ ସ୍କୁଲ ଗତବର୍ଷ ଠାରୁ ଆରମ୍ଭ କରିଥିବା ନିଆରା ପ୍ରୟାସ ଖାଦ୍ୟ ମେଳା ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଆଜି ପୂର୍ବାହ୍ନରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ଖାଦ୍ୟ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।ଉକ୍ତ ଖାଦ୍ୟ ମେଳାରେ  ପ୍ରାୟ ୫୦ ଗୋଟି ଷ୍ଟଲ୍ ଖୋଲାଯାଇଥିଲା। ଛାତ୍ର ଛାତ୍ରୀ ମାନେ ସୁଷମ ଖାଦ୍ୟ ପ୍ରତି ଆକୃଷ୍ଟ ହେବା ସହିତ ସ୍ବଚ୍ଛତା ଓ ଖାଦ୍ୟର ଗୁଣବତ୍ତା ପ୍ରତି ସଚେତନ ହେବା ଏହି ପ୍ରଦର୍ଶନୀ ର ମୂଳ ଲକ୍ଷ ବୋଲି ଅନୁଷ୍ଠାନର ଅଧ୍ୟକ୍ଷା ପ୍ରୀୟଙ୍କରି ମହାନ୍ତି ସୂଚନା ଦେଇଥିଲେ।ଏହି ଅବସରରେ ଜନସାଧାରଣଙ୍କ ଦ୍ଵାରା ଚୟନ କରାଯାଇଥିବା ଶ୍ରେଷ୍ଠ ଖାଦ୍ୟ ଷ୍ଟଲକୁ ପ୍ରମାଣ ପତ୍ର ଓ ଟ୍ରଫି ବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ବିତରଣୀ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଇଉନିୟନ୍ ବ୍ୟାଙ୍କର ଶାଖା ପରିଚାଳକ ଧିରେନ୍ କୁମାର ପରିଡ଼ା, ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା,ଓଡ଼ଖଣ୍ଡ ମହାବିଦ୍ୟାଳୟ ଅଧ୍ୟକ୍ଷା ସାଗରିକା ମହାନ୍ତି, ସାମ୍ବାଦିକ ରମେଶ ଚନ୍ଦ୍ର ରଥ,ବସନ୍ତ କୁମାର ଦାଶ,ବିଦ୍ୟାଭୂଷଣ ଭୋଳ ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କ ପ୍ରତିଭା ବିକାଶ ପାଇଁ ଗୋଟିଏ ଆଦର୍ଶ ବିଦ୍ୟାଳୟ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଏଥି ସହିତ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟକୁ ପ୍ରୋତ୍ସାହନ ଦେବାକୁ ବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଏହି ମହତ ପ୍ରୟାସକୁ ପ୍ରସଂସା କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ସଞ୍ଜୀବ କୁମାର ହୋତା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ଶର୍ମିଷ୍ଠା ସାହୁ,ଇପ୍ସିତା ପ୍ରିୟଦର୍ଶିନୀ,ନମିତା ବାରିକ,ଜୟନ୍ତୀ ଲେଙ୍କା ଙ୍କ ସମେତ ସମସ୍ତ  କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *